Advertisment

ପାଣି ମାଗିବାରୁ ପରିସ୍ରା ପିଆଇଲେ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଭଦ୍ରକ: ପାଣି ମାଗିବାରୁ ଯୁବକଙ୍କ ପରିସ୍ରା ପିଆଇଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ତିହିଡ଼ି ଥାନା ବାଉଁଶବାଗ ଗାଁରେ। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଘରୁ ଟାଣି ଆଣି ଆକ୍ରମଣ କରିଥିବା କୁହାଯାଉଛି। ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପତ୍ନୀ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। […]

ଅଦ୍ୟତନ ହୋଇଛି
ପାଣି ମାଗିବାରୁ ପରିସ୍ରା ପିଆଇଲେ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

dis

Advertisment

ଭଦ୍ରକ: ପାଣି ମାଗିବାରୁ ଯୁବକଙ୍କ ପରିସ୍ରା ପିଆଇଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ତିହିଡ଼ି ଥାନା ବାଉଁଶବାଗ ଗାଁରେ। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଘରୁ ଟାଣି ଆଣି ଆକ୍ରମଣ କରିଥିବା କୁହାଯାଉଛି।

Advertisment

ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପତ୍ନୀ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଯୁବକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କିଛି ଲୋକ ସଙ୍ଘବଧ ହୋଇ ଘରକୁ ଆସି ତାଙ୍କ ଭଙ୍ଗା ରୁଜା କରିଲେ। ଏଥିରେ ବିରୋଧ କରିବାରୁ, ସେମାନେ ଉତ୍ୟକ୍ତ ହୋଇ ତାଙ୍କ ସ୍ୱାମୀଙ୍କୁ ଲଣ୍ଡା କରି ଚୂନ କାଳୀ ମାରିବା ସହ ବେକରେ ଜୋତା ମାଳ ପକାଇ ବୁଲାଇଥିଲେ।

Advertisment

କେବଳ ସେତିକି ନୁହେଁ, ଯୁବକ ଜଣକ ପାଣି ମାଗିବାରୁ ତାଙ୍କୁ ପରିଶ୍ରା ପିଆଇଦେଇଥିଲେ ବୋଲି ଯୁବକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗାଁ ଲୋକ ସମସ୍ତେ ଏହି ଘଟଣା ଦେଖୁଥିବା ବେଳେ କେହି କିଛି କହୁନଥିଲେ। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଏଯାଏଁ ସ୍ପଷ୍ଟ ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ