/odishatv-khabar/media/post_attachments/uploadimage/library/16_9/16_9_0/petrol-1_1626251609.jpg)
petrol
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ। ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି। ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି HPର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ।
ତେବେ ଗତାକଲି ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଘଟଣାସ୍ଥଳରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ଅନେକ ଲୋକ ଏହି ପମ୍ପରେ ତେଲ ପକାଇଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ଗାଡ଼ି ଖରାପ ହୋଇଥିବା ସମସ୍ତେ ଅଭିଯୋଗ ମଧ୍ୟ କରିଛନ୍ତି। ଜଣେ ଯୁବତୀଙ୍କ ଅଭିଯୋଗ ଅନୁସାରେ ସେ ତାଙ୍କ ଗାଡ଼ିରେ ୩୦୦ ଟଙ୍କାର ତେଲ ପକାଇଥିଲେ କିନ୍ତୁ ଗାଡ଼ିର ଇଞ୍ଜିନ ସିଜ୍ ହୋଇ ଯାଇଥିଲା। ଯାହାକୁ ନେଇ ଏକ ଜାରରେ ପେଟ୍ରୋଲ ନେଇ ସମ୍ପୃକ୍ତ ପମ୍ପରେ ପହଞ୍ଚିଥିଲେ ଯୁବତୀ ଜଣକ।
ସେହପରି ଅନ୍ୟ ଜଣେ ଗ୍ରାହକ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଯେପରି ଭାବରେ ପେଟ୍ରୋଲ ବଢୁଛି ତାହାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଆଉ ଏହି ସମୟରେ ତେଲରେ ପମ୍ପ ବାଲା ଯଦି ପାଣି ମିଶାଇବେ ତେବେ କେମିତି ଏହାକୁ ବରଦାସ୍ତ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ମୋଟ୍ ଉପରେ ଏହି କଥା ଜଣାପଡିବା ପରେ ପେଟ୍ରୋଲ ପମ୍ପ ସାମ୍ନାରେ ଲୋକଙ୍କ ଭିଡ଼ ଜମିଥିଲା। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାକୁ ନେଇ ତଦନ୍ତ ହେବାର ଆବଶ୍ୟକତା ରହିଥିବା ଉତ୍ତ୍ୟକ୍ତ ଲୋକେ କହିଥିଲେ। କେବଳ ମୋଟର ସାଇକେଲ ଚାଳକ ନୁହେଁ ବରଂ ଚାରିଚକିଆ ଯାନର ଡ୍ରାଇଭର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, କିଛି ବାଟ ଗାଡି ଷ୍ଟାଟ୍ କରି ଯିବା ପରେ ଅଧା ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଗାଡ଼ି ଅଟକିଯିବା ପରେ ସେମାନେ ଗାଡିକୁ ଠେଲି ଠେଲି ପମ୍ପକୁ ଆଣିଥିବା କଥା କହିଛନ୍ତି।
ପ୍ରାୟ ସମସ୍ତଙ୍କ ହାତରେ ବୋତଲ ଥିବା ଦେଖିବାକୁ ମିଳିଥିଲା। ପେଟ୍ରୋଲରେ ପାଣି ମିଶୁଥିବା ନେଇ ସେମାନେ ସିଧାସଳଖ ଭାବରେ ଅଭିଯୋଗ ମଧ୍ୟ କରିଥିଲେ। ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ଗାଡ଼ିରେ ତେଲ ପକାଇ ଖଣ୍ଡଗିରି ଯାଇଥିଲି। କିନ୍ତୁ ଘରେ ପହଂଚୁ ପହଂଚୁ ଗାଡ଼ି ଧକେଇବା ଆରମ୍ଭ କଲା। ଯେତେ ଷ୍ଟାଟ୍ କଲେ ବି ଆଉ ହେଲା ନାହିଁ। ମୁଁ ଜଣେ ହାର୍ଟ ପ୍ୟାସେଣ୍ଟ କିନ୍ତ ବାଧ୍ୟ ହୋଇ ଗାଡିକୁ ଠେଲି ଠେଲି ଏଠିକୁ ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସମୟରେ ପମ୍ପରେ ତେଲର ମାନ ଯାଂଚ କରାଯାଉଥିବା ନେଇ ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)