berhampur
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ବସିବ। ରାତି ପ୍ରାୟ ସାଢ଼େ ୯ଟାରେ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହି ସ୍ଥିତ ମା’ଙ୍କ ବାପ ଘର ଆଗରେ ବୈଠକରେ ନୀତି ନିର୍ଘଣ୍ଟ ପରେ ଏହି ଶୁଭଖୁଣ୍ଟ ବିଧିବିଧାନ ଅନୁସାରେ ପୋତାଯିବ।/odishatv-khabar/media/post_attachments/wp-content/uploads/2019/03/bam890.jpg)
ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ। ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ଶୁଭଖୁଣ୍ଟି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବ। ସେଠାରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ବିରାଟ ପଟୁଆରରେ ଆସି ଦେଶୀ ବେହେରା ସାହି ସ୍ଥିତ ମା’ଙ୍କ ବାପ ଘର ଦେଶୀ ବେହେରାଙ୍କ ଘର ସାମନାରେ ପୋତାଯିବ।
ଶୁଭଖୁଣ୍ଟି ସ୍ଥାପନ ପରେ ଆସନ୍ତାକାଲିଠାରୁ ମା’ଙ୍କ ଅସ୍ଥାୟୀ ପୀଠର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରତି ୨ ବର୍ଷରେ ଥରେ ଏହା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ମା’ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘରକୁ ଆସନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/berhampur-345_1626757544.jpg)