Advertisment

ଲେବାନନ୍‌ ବିସ୍ଫୋରଣର ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରବାସୀ ଓଡ଼ିଆ

ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ’ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ। ସେ ରହୁଥିବା ଆପାର୍ଟମେଣ୍ଟରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସେ କହିଛନ୍ତି। ପରଦିନ ସଂଧ୍ୟା ୬ଟାରେ ହଠାତ୍ ବିସ୍ଫୋରଣ ହୋଇଥିଲା। କାଳେ ଭୂମିକମ୍ପ […]

ଲେବାନନ୍‌ ବିସ୍ଫୋରଣର ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରବାସୀ ଓଡ଼ିଆ

berut exploson ex[reinece

Advertisment

ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ'ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ। ସେ ରହୁଥିବା ଆପାର୍ଟମେଣ୍ଟରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସେ କହିଛନ୍ତି।

Advertisment

ପରଦିନ ସଂଧ୍ୟା ୬ଟାରେ ହଠାତ୍ ବିସ୍ଫୋରଣ ହୋଇଥିଲା। କାଳେ ଭୂମିକମ୍ପ ହୋଇଥିବ ଭାବି ପତ୍ନୀ ଏବଂ ପିଲାଙ୍କୁ ଧରି ବାହାରକୁ ବାହାରି ଆସିଥିଲେ। ସେତେବେଳକୁ ବେରୁଟର ବନ୍ଦର ଆଡକୁ ଏକ ଲାଲ୍‌ ରଙ୍ଗର କିଛି ଦେଖାଯାଉଥିଲା। କିଛି ସମୟରେ ପରେ ଜଣାପଡ଼ିଲା ତାହା ଥିଲା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ।

ଏହା ଏତେ ଭୟଙ୍କର ଥିଲା ସେ, ୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪୦ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ଦିଗାମ୍ବର। ତେବେ କୌଣସି ଭାରତୀୟଙ୍କ ବିଶେଷ କ୍ଷୟକ୍ଷତି ହୋଇନଥିଲେ ବି ସବୁ ଆଂଶିକ ଭାବେ ଘରଦ୍ୱାର କ୍ଷତି ହୋଇଥିବା ଦିଗାମ୍ବର କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ