Advertisment

ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ଜଣେ ଶ୍ରମିକ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର। ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ […]

ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ଜଣେ ଶ୍ରମିକ ମୃତ

kalahandi

Advertisment

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର।

Advertisment

ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ ଶ୍ରମିକ ଧସେଇ ପଶିବାକୁ ଉଦ୍ୟମବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩୦ରୁ ଅଧିକ ଆନ୍ଦୋଳନକାରୀ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଲାଞ୍ଜିଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ, ପରିସରରେ ଥିବା ଡିଏଭି ସ୍କୁଲରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥିତିକୁ ଦେଖି ପ୍ଲାଣ୍ଟ ପରିସରରେ ପୁଲିସ୍‌ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ