Advertisment

ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଘରେ ପଶିଥିବା ଭାଲୁ

ଉମରକୋଟ(କାର୍ତ୍ତିକ ମଲ୍ଲିକ ) : ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଘରେ ପଶିଥିବା ଭାଲୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭାଲୁଟି ପଶି ଯାଇଥିଲା  ଖବର ପାଇବା…

author-image
Prangyan Parimita
ଅଦ୍ୟତନ ହୋଇଛି
ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଘରେ ପଶିଥିବା ଭାଲୁ

bear

ଉମରକୋଟ(କାର୍ତ୍ତିକ ମଲ୍ଲିକ ) : ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଘରେ ପଶିଥିବା ଭାଲୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭାଲୁଟି ପଶି ଯାଇଥିଲା  ଖବର ପାଇବା ପରେ ନବରଙ୍ଗପୁର ୱାଇଲ୍ଡ ଲାଇଫ୍ ଟିମ ପହଂଚି ଘରେ ପଶିଥିବା ଭାଲୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

Advertisment

ଗତକାଲି ଦିନ ୧୨ ଟା ସମୟରେ ରାଣୀଚଛରା ଗ୍ରାମର ଜଗି ସାନ୍ତାଙ୍କ ଘର ଭିତରକୁ ଅଚାନକ୍ ଏକ ଏକ ଜଙ୍ଗଲୀ ଭାଲୁ ପଶି ଆସିଥିଲା । ଆଉ ସେହି ସମୟରେ ଘର ଭିତରେ ଥିଲେ ୪ ଜଣ ଲୋକ । ସୌଭାଗ୍ୟବଶତଃ ଭାଲୁଟି ପରିବାଲ ଲୋକ ଥିବା ଘରକୁ ନଯାଇ କାଠ ରଖାଯାଇଥିବା ରୁମକୁ ପଶିଯାଇଥିଲା । ତେଣୁ ସେମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ପରେ କୌଶଳ କରି ଭାଲୁ ପଶିଥିବା ରୁମକୁ ବାହାରୁ ବନ୍ଦ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ପରିବାର ଲୋକେ । ପରେ ଏସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳରେ ଝରିଗାଁ ବନବିଭାଗର କର୍ମଚାରୀ ପହଞ୍ଚିଥିଲେ । ପରେ ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ୱାଇଲ୍ଡ ଲାଇଫର ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଂଚି ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ଭାଲୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡା ଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।

Advertisment
Advertisment
Advertisment