/odishatv-khabar/media/post_attachments/uploadimage/library/16_9/16_9_0/E1mrFS2VgAMAvWu_1621276128.jpg)
E1mrFS2VgAMAvWu
ଭୁବନେଶ୍ଵର: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁମିଳିଲାBCCIର ନୂଆ ଦାୟିତ୍ୱ । ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତିପାଇଛନ୍ତି। ଆଗାମୀ ଇଂଲଣ୍ଡ ଟୁର୍ ପାଇଁ ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛିଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।ମହିଳା ଟିମର ଆସନ୍ତା ଇଂଲଣ୍ଡ ଟୁର୍ ତାଙ୍କ ପାଇଁ ଚ୍ୟାଲେଞ୍ଜିଂହେବ ବୋଲି ସେ କହିଛନ୍ତି।
ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିସାରିଛନ୍ତି । ତେବେ ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ଶିବସୁନ୍ଦର ବହୁତ ଖୁସି ହୋଇଛନ୍ତି । ସେ କହିଛନ୍ତି, ପ୍ରଥମଥର ଲାଗି ମୁଁ ଭାରତୀୟ ମହିଳା ଟିମ୍ ସହ କାମ କରିଛି । ତେଣୁ ଏହା ମୋ ପାଇଁ ଏକ ରୋମାଞ୍ଚକର ସମୟ । ମୁଁ ମୋ ଦାୟିତ୍ୱ ବହନ କରିବାକୁ ନେଇ ଉତ୍ସାହିତ । ମୋ ପାଇଁ ଏହି ଦାୟିତ୍ୱ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ, କାରଣ ମୁଁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିଛି ଏବଂ ସେଠାରେ ଅନେକ ଲିଗ୍ କ୍ରିକେଟ୍ ଖେଳିଛି । ସେଠାକାର ପରିବେଶ ସହ ମୁଁ ପରିଚିତ ଅଛି। ତେଣୁ ମୁଁ ମୋର ଅଭିଜ୍ଞତାକୁ ଟିମ୍ ସହ ବାଣ୍ଟିବାକୁ ଚାହିଁବି । ଏବେ ମୋର ପୂରା ଫୋକସ୍ ଇଂଲଣ୍ଡ ଟୁର୍ ଉପରେ ରହିବ, କାରଣ ମୁଁ ଇଂଲଣ୍ଡ ଟୁର୍ ପାଇଁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)