Advertisment

ଓଡ଼ିଶାର ପୁଣି ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀ ରାଉତରାୟ ନିଜେ ଫେସବୁକ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତା ସହିତ ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନେ ନିଜର କୋଭିଡ୍ ନମୂନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସେ ସମସ୍ତଙ୍କ ଶୁଭେଚ୍ଛା ଓ ପ୍ରାର୍ଥନା ବଳରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। […]

ଅଦ୍ୟତନ ହୋଇଛି
ଓଡ଼ିଶାର ପୁଣି ଜଣେ ବିଧାୟକଙ୍କୁ କରୋନା

pp

Advertisment

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀ ରାଉତରାୟ ନିଜେ ଫେସବୁକ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତା ସହିତ ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନେ ନିଜର କୋଭିଡ୍ ନମୂନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସେ ସମସ୍ତଙ୍କ ଶୁଭେଚ୍ଛା ଓ ପ୍ରାର୍ଥନା ବଳରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

Advertisment

publive-image

ଶ୍ରୀ ରାଉତରାୟ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ।
ସୂଚନାଯୋଗ୍ୟ, ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ବିକ୍ରମ ପଣ୍ଡା, ସୁନନ୍ଦା ଦାସ ଓ ପୀତମ ପାଢ଼ୀଙ୍କ ସମେତ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପଦ୍ମିନୀ ଦିଆନ୍ , ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ, ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା, ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ