Advertisment

ଲାଞ୍ଚ ନେଇ ସିଡିପିଓ ଗିରଫ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର  ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। […]

author-image
Mahasweta Baral
ଅଦ୍ୟତନ ହୋଇଛି
ଲାଞ୍ଚ ନେଇ ସିଡିପିଓ ଗିରଫ

sidipo

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

Advertisment

ଖବର ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର  ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। ସେହି ଅର୍ଥରୁ ତାଙ୍କ ବକେୟା ଦରମା କରାଇ ଦେବା ପାଇଁ ସିଡିପିଓ କହିଥିଲେ। କିନ୍ତୁ ସେହି ବକେୟା ଦରମା କରାଇ ଦେବା କହି ରାଜ କିଶୋରଙ୍କୁ ୩ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏନେଇ ସେ ଭିଜିଲାନ୍ସ ବିଭାଗକୁ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ରାଜକିଶୋର ସିଡିପିଓଙ୍କୁ ୩ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ସୁଡିପିଓଙ୍କୁ ଗିରଫ କରିବା ସହିତ ତାଙ୍କ କାରକୁ ବି ଜବତ କରାଯାଇଛି।

Advertisment
Advertisment