Advertisment

ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍‌ଡିଜେଏମ୍। ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍‌ବଣ୍ଡ୍‌ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଗିରଫ ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍। ଏହି ଘଟଣାରେ ଦଫା ୨୯୪, ୩୪୧, ୩୨୩, ୫୦୬ ଗିରଫ କରିଥିଲା ପୋଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି […]

ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

prakash-soren

Advertisment
ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍‌ଡିଜେଏମ୍।
Advertisment
ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍‌ବଣ୍ଡ୍‌ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଗିରଫ ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍। ଏହି ଘଟଣାରେ ଦଫା ୨୯୪, ୩୪୧, ୩୨୩, ୫୦୬ ଗିରଫ କରିଥିଲା ପୋଲିସ।

ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ ନିର୍ବାହୀ ସହକାରୀ ଯନ୍ତ୍ରୀ ଜଣକ ଡ୍ୟୁଟିରେ ଥିବାବେଳେ ବିଧାୟକଙ୍କୁ ଦେଖା କରିବାକୁ ଯାଇ ପାରିନଥିଲେ। ସଂଧ୍ୟାରେ କାମରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍‌କୁ ଆସିଥିବାବେଳେ ବିଧାୟକ ଏବଂ ତାଙ୍କ ୩ ସମର୍ଥକ ତାଙ୍କୁ ମାଡ଼ ମାରିଥିଲେ।

ଆକ୍ରମଣରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ପରେ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଛନ୍ତି। ପୋଲିସ ବିଧାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ବିଧାୟକଙ୍କୁ ଥାନାକୁ ଡକାଯିବା ପରେ ଏହାକୁ ବିରୋଧ କରି ସମର୍ଥକମାନେ ଥାନାରେ ହୋହଲ୍ଲା କରିବା ସହିତ ଗେଟ୍‌ ଭିତରକୁ ଧସେଇ ପଶିଥିଲେ। ସେପଟେ ସହକାରୀ ଯନ୍ତ୍ରୀ ଗଣପତି ଜେନା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରକାଶ ସୋରେନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ