/odishatv-khabar/media/post_attachments/uploadimage/library/16_9/16_9_0/bjp-19_1626758835.jpg)
bjp
ଯାଜପୁର/ମାଲକାନଗିରି: ବିଜେପି ଟିକେଟ୍ ଘୋଷଣା କରିବା ପରେ ଯାଜପୁର ବଡ଼ଚଣା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ରାଜ୍ୟ ସଂପାଦିକା ତଥା ବଡ଼ଚଣା ବିଜେପି ନେତ୍ରୀ ସୀମନ୍ତିନୀ ଜେନା ମୁହଁ ଖୋଲିଛନ୍ତି।
Advertisment
୧୯୯୫ ପରଠାରୁ ଦଳରେ ରହି କାମ କରି ଆସୁଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ବଡ଼ଚଣାରୁ ସେ ବିଜେପି ଟିକେଟ୍ରେ ଲଢ଼ିଥିଲେ। ତେବେ ବର୍ତ୍ତମାନ ଏହି ଆସନରୁ ଅମର ନାୟକଙ୍କୁ ଦଳ ଟିକେଟ୍ ଦେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଦଳର ଏଭଳି ନିଷ୍ପତ୍ତି ତାଙ୍କୁ କଷ୍ଟ ଓ ଆଘାତ ଦେଇଥିବା ସେ ପ୍ରକାଶ କରିଛନ୍ତି।
ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେପି ଟିକେଟ୍କୁ ନେଇ ଅସନ୍ତୋଷ ଦେଖାଦେଇଛି।
Advertisment
ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଟିକେଟ୍ କଟିଯିବା ପରେ ସେ ଟିକେଟ୍ ପାଇଥିବା ପଦୁ ମାଝୀଙ୍କୁ ନେଇ ଅଭିଯୋଗ ଆଣିଛନ୍ତି। ପଦୁ ମାଝୀ ଅନୁସୂଚିତ ଜନଜାତି ବର୍ଗର ନୁହଁନ୍ତି, ସେ ଅନ୍ୟ ପଛୁଆ ବର୍ଗର ବୋଲି ଦାବି କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)