/odishatv-khabar/media/post_attachments/uploadimage/library/16_9/16_9_0/kansa_1626689677.jpg)
kansa
ବରଗଡ଼ : ମଥୁରା ନଗରୀରେ ଧର୍ମର ବିଜୟ ହୋଇଛି । ଭଣଜା କୃଷ୍ଣ ହାତରେ ବଧ ହୋଇଛି ମାମୁ କଂସ । ଏହାସହ ନୀରବି ଯାଇଛି ରଙ୍ଗମହଲ ଏବଂ ରାଜ ଦରବାର । ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଗତକାଲି ମଞ୍ଚସ୍ଥ ହୋଇଥିଲା କଂସବଧ ।
ଅନ୍ୟ ଦିନ ଭଳି ମଥୁରା ନଗରୀ ଭ୍ରମଣ କରି ମହାରାଜା କଂସ ରାଜ ଦରବାରକୁ ଆସିଥିଲେ । ଶୟନ କକ୍ଷରେ ସ୍ୱପ୍ନରେ ଛାୟାକୃଷ୍ଣଙ୍କୁ ଦେଖିବା ପରେ ସେ ପୂର୍ବ ଅପେକ୍ଷା ଆହୁରି ଶଙ୍କିତ ହୋଇପଡ଼ିଥିଲେ । ଶ୍ରୀକୃଷ୍ଣ ବଳରାମଙ୍କୁ କିଭଳି ହତ୍ୟା କରାଯିବ, ସେନେଇ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କୁ ଡାକି ରଣକୌଶଳ ପ୍ରସ୍ତୁତ କରିଥିଲେ । ତେବେ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ୱେ ମହାରାଜ କଂସ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳ ମୁଦ୍ଗରର ପ୍ରହାରରେ ମଞ୍ଚରୁ ପଡ଼ି କଂସଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରାଜା ଉଗ୍ରସେନ୍ଙ୍କ ରାଜାଭିଷେକ କରାଯାଇଥିଲା । ଧନୁଯାତ୍ରାର ଶେଷ ଦିନରେ ଗତକାଲି ମଥୁରା ନଗରୀ ପରିକ୍ରମା କରିଥିଲେ ଶ୍ରୀକୃଷ୍ଣ ଏବଂ ବଳରାମ । ଏହାପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ମହୋଦଧିକୁ ଯାଇ ବୁଡ଼ ପକାଇବାର ପରମ୍ପରା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)