/odishatv-khabar/media/post_attachments/uploadimage/library/16_9/16_9_0/fraud_1625123332.jpg)
fraud
ଢେଙ୍କାନାଳ: କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ ବ୍ୟାଙ୍କ କର୍ମଚାରୀ। ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ବ୍ୟାଙ୍କରେ ଥିବା ଅନେକ ଖାତାଧାରୀଙ୍କ ନାଁରେ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ। ଜଣେ ବ୍ୟାଙ୍କ ଗ୍ରାହକଙ୍କ ନାଁରେ ୩ ଲକ୍ଷ ଟଙ୍କାର କ୍ରେଡିଟ୍ କାର୍ଡ ବିଲ୍ ଆସିବା ପରେ ସେ ଏ ଠକାମୀ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
Advertisment
ଏହାପରେ ଘଟଣାକୁ ନେଇ ଢେଙ୍କାନାଳ ଟାଉନଥାନାର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟ ଜଣେ ଖାତାଧାରୀଙ୍କ ନାଁରେ ମଧ୍ୟ ୭୦ ହଜାର ଟଙ୍କାର କ୍ରେଡିଟ୍ କାର୍ଡ ବିଲ୍ ଆସିଥିବା ଜଣାପଡିଛି ପୋଲିସ୍। ଏହି ଦୁଇ ମାମଲାରେ ତଦନ୍ତ କରି ପ୍ରମାଣ ପାଇବା ପରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)