Advertisment

ଆସନ୍ତାକାଲି ନବୀନଙ୍କ ଭର୍ଚୁଆଲ୍ କ୍ୟାମ୍ପେନ୍; ବିରୋଧୀ କହିଲେ ଫରକ ପଡ଼ିବନି

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଭର୍ଚୁଆଲ୍ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ତିର୍ତ୍ତୋଲ ଓ ତା ପରଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ନବୀନଙ୍କ ଭର୍ଚୁଆଲ ପ୍ରଚାର ସେମାନଙ୍କ ଦଳର ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି। ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ […]

author-image
Abinash Pati
ଆସନ୍ତାକାଲି ନବୀନଙ୍କ ଭର୍ଚୁଆଲ୍ କ୍ୟାମ୍ପେନ୍; ବିରୋଧୀ କହିଲେ ଫରକ ପଡ଼ିବନି

by-electon

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଭର୍ଚୁଆଲ୍ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ତିର୍ତ୍ତୋଲ ଓ ତା ପରଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ନବୀନଙ୍କ ଭର୍ଚୁଆଲ ପ୍ରଚାର ସେମାନଙ୍କ ଦଳର ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି। ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି।

Advertisment

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ କାଲିଠୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସିଧାସଳଖ ମତଦାତାଙ୍କ ପାଖକୁ ଯିବେନି, ବରଂ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲରେ ଆସନ୍ତାକାଲି ପ୍ରଚାର କରିବାକୁ ଥିବା ବେଳେ ୨୯ ତାରିଖରେ ବାଲେଶ୍ୱରରେ ଡିଜିଟାଲ ପ୍ରଚାର କରିବେ ନବୀନ।

ବାଲେଶ୍ୱର ଆସନରେ ୨୯ ତାରିଖ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଘଣ୍ଟାଏ ଅନୁଷ୍ଠିତ ହେବାକୁ ଥିବା ନବୀନଙ୍କ ଭର୍ଚୁଆଲ୍ ରାଲିରେ ଅଧିକରୁ ଅଧିକ କର୍ମୀ ଓ ଭୋଟରଙ୍କୁ ଯୋଡ଼ିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Advertisment

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିର କୌଣସି ପ୍ରଭାବ ମତଦାତାଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ। ତେବେ ନବୀନଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୨୩ ଓ ୨୪ରେ ଭର୍ଚୁଆଲ୍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗି ସାରିଛନ୍ତି।

ନିର୍ବାଚନ ପାଇଁ ଘାଇଁ ଘାଇଁ ପ୍ରଚାରରେ ଦୁଲୁକୁଛି ବାଲେଶ୍ୱର। ଆସନ ଭୋଟରଙ୍କ ମନ ଜିଣିବାକୁ ବି ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି। ଗଦା ଗଦା ପ୍ରତିଶ୍ରୁତି ବି ଦେଉଛନ୍ତି। ତେବେ ବଡ଼ କଥା ହେଲା ଏହି ଆସନରେ ଏଥର ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି,ବିଜେଡି ଓ କଂଗ୍ରେସ ସବୁ ଦଳର ପ୍ରାର୍ଥୀ ନୂଆ ମୁହଁ। ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ଯୁବ ଓ ମହିଳା ଭୋଟର।

ସିନ୍ଧିଆ ପଞ୍ଚାୟତର ମଧୁସୂଦନପୁର ଗାଁ କଥା ଜାଣନ୍ତୁ। ଯେଉଁଠି ତିନି ପ୍ରମୁଖ ଦଳର ବ୍ୟାନର ପୋଷ୍ଟର ତ ଲାଗିଛି ହେଲେ ଗତ ସାଧାରଣ ନିର୍ବାଚନ ସହ ଏଥର ଉପନିର୍ବାଚନରେ କିନ୍ତୁ ସେଭଳି କିଛି ବିଶେଷ ଫରକ୍ ଅନୁଭବ କରୁନାହାନ୍ତି ଲୋକେ। ସ୍ଥାନୀୟ ଭୋଟର କହିଛନ୍ତି ଭୋଟ୍ ବେଳେ ସମସ୍ତେ ଭାଇ ଭାଇ, ଭୋଟ୍ ସରିଗଲେ କାହାରି ଦେଖା ନାହିଁ। ସମସ୍ୟା ସମାଧାନର ପ୍ରତିଶ୍ରୁତି ସବୁବେଳେ ସେମାନଙ୍କ ପାଇଁ ପାଣିର ଗାର।

ସେପଟେ ବାଲେଶ୍ୱର ଭଳି ସରଗରମ ପ୍ରଚାରରେ ପଡୁଛି ଉଠୁଛି ତିର୍ତ୍ତୋଲ। ଦଳ ବଳ ଧରି ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟରଙ୍କୁ ନିଜ ଆଡ଼ରୁ ଆକୃଷ୍ଟ କରିବାକୁ ଜୀ ଜାନ୍ ଲଗାଇ ଦେଇଛନ୍ତି। ନଭେମ୍ବର ୩ରେ ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ୧ତାରିଖରେ ପ୍ରଚାର ସରିବ।

Advertisment
Advertisment