Advertisment

ବାତ୍ୟା ରିଲିଫ୍‌ ଚାଉଳକୁ ଖାଇଲା କିଏ?

ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ବାତ୍ୟା ରିଲିଫ୍‌ ଚାଉଳକୁ ଖାଇଲା କିଏ?

balaosre

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ ): ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି। ସରକାରଙ୍କ ସର୍କୁଲାର କହୁଛି ବଡ ଲୋକଙ୍କୁ ୨୦ କିଲୋ ୬୭୩ ଗ୍ରାମ ଏବଂ ଛୋଟ ପିଲାଙ୍କୁ ୧୨ କିଲୋ ୪୦୪ ଗ୍ରାମ ଚାଉଳ ଦିଆଯିବ। ହେଲେ ବାଲେଶ୍ୱର ଜିଲ୍ଲାରେ ଅଧିକାଂଶ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳିଛି କିଛିଟା ବ୍ୟତିକ୍ରମ। ବଡ ଲୋକଙ୍କୁ ୨୦ କିଲୋ ୬୦୬ ଗ୍ରାମ ବଦଳରେ କେବଳ ୨୦ କିଲୋ ଓ ଛୋଟ ପିଲାଙ୍କୁ ୧୨ କିଲୋ ୪୦୪ ଗ୍ରାମ ବଦଳରେ କେଉଁଠି ୧୨ କିଲୋ ଦିଆଯାଉଛି ତ ଅନ୍ୟ କେଉଁଠି ଛୋଟ ପିଲାଙ୍କୁ ବିଲକୁଲ ବି ମିଳୁନି ଚାଉଳ।

Advertisment

ବାତ୍ୟା ୟାସ୍ ଯିବାକୁ ଦୁଇସପ୍ତାହରୁ ଅଧିକ ସମୟ ବିତିଲାଣି। ହେଲେ ଏବେବି ବାଲେଶ୍ୱର ଜିଲ୍ଲାରେ ଲୋକେ ଲୁଣିପାଣି ଘେରରେ ରହିଛନ୍ତି ଲୋକେ। ବାତ୍ୟାର କୋପ ଲୋକଙ୍କ ମନରୁ ଯାଇନି। ଆଉ ଏତିକି ବେଳେ ସରକାର ଘୋଷଣା କରଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ ବାବଦରେ ବଡ ମାନଙ୍କୁ ୨୦ କିଲୋ ୬୭୩ ଗ୍ରାମ ଚାଉଳ ଏବଂ ଛୋଟ ପିଲାଙ୍କ ପାଇଁ ୧୨ କିଲୋ ୪୦୪ ଗ୍ରାମ ଚାଉଳ ମିଳିବା କଥା ହେଲେ ବାସ୍ତବରେ ତାହା ମିଳୁନାହିଁ। ଚାଉଳ ବଣ୍ଟାରେ ବ୍ୟାପକ ଦୁର୍ନିତୀ ହୋଇଛି। ଜିଲ୍ଲାର ସଦର ବ୍ଲକର ଛାନୁଆରେ ଶାସକ ଦଳର କିଛି କୁଜି ନେତାଙ୍କ ଉପସ୍ଥିତିରେ ପଞ୍ଚାୟତ ଅଧିକାରୀ ବଡ ମାନଙ୍କୁ ୨୦ କିଲୋ ୬୭୩ ବଦଳରେ କେବଳ ୨୦ କିଲୋ ଏବଂ ଛୋଟ ପିଲାଙ୍କୁ ୧୨ କିଲୋ ୪୦୪ ଗ୍ରାମ ପରିବର୍ତ୍ତେ କେଉଁଠି ୧୨ କିଲୋ ତ ଆଉ କେଉଁଠି ବିଲକୁଲ ଚାଉଳ ଦେଉନଥିବା ଦେଖିବାକୁ ମିଳିଛି।

ଚାଉଳ ନେଇ ଦସ୍ତଖସ୍ତ କରୁଥିବା କାଗଜକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡ଼ିବ କିଏ କେତେ ଚାଉଳ ପାଇଛି। କେଉଁ ଲୋକଙ୍କ ପାଇଁ କେତେ ଚାଉଳ ବଣ୍ଟାଯିବ ତାର ବିବରଣୀ ମଧ୍ୟ ପ୍ରକାଶ ପାଇଛି। ଯାହା ବିଡିଓ ସବୁ ପଞ୍ଚାୟତ ଅଧିକାରୀ ମାନଙ୍କୁ ଦେଇଛନ୍ତି। ଏହାର ଉପରେ ସ୍ପଷ୍ଟ ଭାବେ ଲେଖାଯାଇଛି କିଏ କେତେ ଚାଉଳ ପାଇବେ। ହେଲେ ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଳି ଗେଞ୍ଜିି ଛାନୁଆରେ ପ୍ରତି ବଡ ଲୋକଙ୍କୁ ମୁଣ୍ଡପିଛା ୬ଶହ ୬ ଗ୍ରାମ ଚାଉଳ ଏବଂ ଛୋଟ ପାଲାଙ୍କ ପିଛା ୪୦୪ ଗ୍ରାମ ଚାଉଳ ହଡପ କରାଯାଉଛି। ଏକଥା ଜଣାପଡିବାପରେ କିଛି ଓ୍ୱାର୍ଡରେ ଦେଖିବାକୁ ମିଳିଥିଲା ଉତ୍ତେଜନା। କିଛି ଜାଗାରେ ଚାଉଳ ବଣ୍ଟାବା ବନ୍ଦ ରହିଥିଲା। ଛାନୁଆ ପଞ୍ଚାୟତର କିଛି ହିତାଧିକାରୀ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ।

Advertisment

ଏକଥା ନଜରକୁ ଆସିିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ କରାଯାଇଥିଲା। ଘଟଣା ସତ ବୋଲି ବିଡିଓ ସ୍ୱୀକାର କରିଛନ୍ତି। ସେନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜାରି କରିଛନ୍ତି। ତଦନ୍ତପରେ କିଛ ସ୍ଥାନରେ ଲୋକଙ୍କୁ ପଛରେ ପୁଣି ଅବଶିଷ୍ଟ ଚାଉଳ ଦିଆଯାଇଛି ଏବଂ ଆଉ କିଛି ଜାଗାରେ ଦିଆଯିବ ବୋଲି ବିଡିଓ କହିଛନ୍ତି।

Cyclone Yass
Advertisment
Advertisment