Advertisment

ଉପନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ; ବିଜେଡି-ବିଜେପି ଦୋଷ ଲଦାଲଦି, କଂଗ୍ରେସର କଟାକ୍ଷ

ବାଲେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ନେତାଙ୍କ ଦଳ ଡିଆଁ। କେଉଁ ଦଳରୁ କେଉଁ ନେତାଙ୍କୁ ଆଣିଲେ ବିଜୟ ସମ୍ଭାବନା ବଢ଼ିବ ତାକୁ ନେଇ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ପ୍ରଲୋଭନ ସହ ନେତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ବି ଉଠୁଛି। ଏନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି ଓ ବିଜେଡି। ତେବେ ଦୁଇ ଦଳ ଘୋଡ଼ା ବେପାରରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି। ତେଣେ ଅନ୍ୟ ଦଳରୁ ନେତା […]

ଉପନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ; ବିଜେଡି-ବିଜେପି ଦୋଷ ଲଦାଲଦି, କଂଗ୍ରେସର କଟାକ୍ଷ

vote

Advertisment

ବାଲେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ନେତାଙ୍କ ଦଳ ଡିଆଁ। କେଉଁ ଦଳରୁ କେଉଁ ନେତାଙ୍କୁ ଆଣିଲେ ବିଜୟ ସମ୍ଭାବନା ବଢ଼ିବ ତାକୁ ନେଇ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ପ୍ରଲୋଭନ ସହ ନେତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ବି ଉଠୁଛି। ଏନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି ଓ ବିଜେଡି। ତେବେ ଦୁଇ ଦଳ ଘୋଡ଼ା ବେପାରରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି। ତେଣେ ଅନ୍ୟ ଦଳରୁ ନେତା ଆଣୁଥିଲେ ବି ଟିକଟ କାହାକୁ ଦେବେ ହିସାବ ଛିଡୁନି। ଏହାକୁ ନେଇ ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି।

Advertisment

ଗତ ୭ ତାରିଖରେ ବିଜେପିରେ ସାମିଲ ଅବସରରେ ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ ପ୍ରଧାନମନ୍ତ୍ରୀ ନୀତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି ବୋଲି କହିଥିଲେ। ତେବେ ଦୁଇ ଦିନ ପରେ ବଦଳି ଯାଇଥିଲା। ନାରାୟଣଙ୍କ ସ୍ୱର। ମିଥ୍ୟା ପ୍ରତିଶୃତି ଦେଇ ବିଜେପି ତାଙ୍କୁ ଦଳରେ ମିଶାଇଥିଲା ବୋଲି କହିଥିଲେ ନାରାୟଣ। ନାରାୟଣଙ୍କ ଏଭଳି ଦଳ ଡିଆଁକୁ ନେଇ ଜୋର ଧରିଛି ବାଲେଶ୍ୱର ରାଜନୀତି। ଉପ-ନିର୍ବାଚନ ପୂର୍ବରୁ ନେତାଙ୍କୁ କିଣାବିକା ଚାଲିଥିବା ଅଭିଯୋଗ ଉଠିଛି ବିଜେପି, ବିଜେଡି ମୁଣ୍ଡରେ ଦୋଷ ବୋଳିବା ସହିତ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ବେଳେ ବିଜେଡି ନେତା ଜୀନୃବନ ପ୍ରଦୀପ ଦାଶ କହିଛନ୍ତି ଘୋଡ଼ା ବେପାର ମୋ ନଜରକୁ ଆସିନି। ସେହିପରି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଉଭୟ ଦଳ ଘୋଡ଼ା ବେପାରରେ ଅଭ୍ୟସ୍ତ।     

କେବଳ ବାଲେଶ୍ୱର ନୁହେଁ, ଉପନିର୍ବାଚନ ଲାଗି ଜଗତସିଂହପୁର ତିର୍ତ୍ତୋଲ ରାଜନୀତି ବି ସରଗରମ। ଏଠି ବି ଦଳ ଡିଆଁ ଲାଗି ରହିଛି। କଂଗ୍ରେସ ନେତା ରାଜୁ ବେହେରା ବିଜେପିରେ ସାମିଲ ହେବା ପରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ପ୍ରଦୀପ୍ତ ନାୟକଙ୍କ ସମେତ ଆଉ କିଛି ସ୍ଥାନୀୟ ନେତା ପଦ୍ମ ଧରିଛନ୍ତି। ସେହିପରି କୃଷ୍ଣ ମଲ୍ଲିକ ଓ ଦେବ ମଲ୍ଲିକଙ୍କ ନେତୃତ୍ୱରେ ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି। ନେତାଙ୍କ ଦଳବଦଳ ଭିତରେ ଟିକଟ ବଣ୍ଟନକୁ ନେଇଗୋଷ୍ଠୀ କନ୍ଦଳ କିନ୍ତୁ ତେଜିବାରେ ଲାଗିଛି।

Advertisment

ବାଲେଶ୍ୱର ଆସନରୁ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବି ତିନି ଦଳରେ ଦ୍ୱନ୍ଦ୍ୱ ରହିଛି। ବହୁ କସରତ ପରେ ଛିଡୁନି ଅଙ୍କକଷା। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଟିକଟ ଦେଇପାରେ ବିଜେପି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତିଙ୍କୁ କଂଗ୍ରେସ ଏଠାରୁ ଠିଆ କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ