Advertisment

ବିଜେପିରେ କେଁ: ବଲାଙ୍ଗିରରେ ଅନନ୍ତ, ଗୁଣପୁରରେ ଶିଶିରଙ୍କୁ ବିରୋଧ

ବଲାଙ୍ଗିର/ଗୁଣପୁର: ବଲାଙ୍ଗିର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ଦଳ ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଗତଥରର ବିଜେପିର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ଅନନ୍ତ ଦାସଙ୍କୁ ଟିକେଟ୍‌ ଦିଆଯିବାକୁ ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବାସୁଦେବ ବିଷ ଓଗାଲିଛନ୍ତି। ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା […]

author-image
Jyotsnamayee Pradhan
ବିଜେପିରେ କେଁ: ବଲାଙ୍ଗିରରେ ଅନନ୍ତ, ଗୁଣପୁରରେ ଶିଶିରଙ୍କୁ ବିରୋଧ

Balangir bjp leader

ବଲାଙ୍ଗିର/ଗୁଣପୁର: ବଲାଙ୍ଗିର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ଦଳ ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଗତଥରର ବିଜେପିର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ଅନନ୍ତ ଦାସଙ୍କୁ ଟିକେଟ୍‌ ଦିଆଯିବାକୁ ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବାସୁଦେବ ବିଷ ଓଗାଲିଛନ୍ତି।

Advertisment

ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା ନିଜ ଭିତରେ ବୁଝାମଣା କରି ନିଜକୁ ସୁହାଇଲା ଭଳି ଲୋକଙ୍କୁ ଟିକେଟ୍ ଦେଉଛନ୍ତି ବାସୁଦେବ ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବାସୁଦେବ ପତିଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ସେ ଯେଉଁ ଦଳକୁ ଗଲେ କି ବିରୋଧ କଲେ ବିଜେପିକୁ କୌଣସି ଫରକ ପଡ଼ିବ ନାହିଁ ବୋଲି ବିଜେପିର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ କହିଛନ୍ତି।

Advertisment

ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁର ବିଧାନସଭା ପାଇଁ ଶିଶିର ଗମାଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିଛି । ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଆଶାୟୀ ଥିବା ରାମମୂର୍ତ୍ତୀ ମୁଟ୍ଟିକା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି। ଏଥିସହ ଦଳ କେଉଁ ଆଧାରରେ ଶିଶିର ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି, ସେନେଇ ରାମମୂର୍ତ୍ତୀ ସ୍ଫଷ୍ଟୀକରଣ ମାଗିଛନ୍ତି।

ଜବାବରେ ଶିଶିର ପାଲଟା ରାମମୂର୍ତ୍ତି ମୁଟ୍ଟିକାଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି।

Advertisment
Advertisment