Advertisment

ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]

author-image
Minati Mishra
ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

2j

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା।

Advertisment

ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା ପରେ ଗଣମାଧ୍ୟମକୁ  ଆଜି ସାକ୍ଷାତକାର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ,  ବିଜେପି ଓ ତାର ସହଯୋଗୀ ଦଳ ୩୫୦ରୁ ଅଧିକ ଆସନ ପାଇ କ୍ଷମତାକୁ ଫେରିଛି। ବିଜେପିର ଏହି ଫଳାଫଳ ବିଷୟରେ ଆମେ ଆଗରୁ ଜାଣିଥିଲୁ। ଏକ୍‌ଜିଟ୍‌ ପୋଲ୍‌ ମଧ୍ୟ ସେଇଆ ହିଁ କହୁଥିଲା। ବିଜେପିର ଏହି ବିପୁଳ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହକୁ ଶ୍ରେୟ ଦେଇଛନ୍ତି।

ଓଡ଼ିଶା ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଥିଲେ, ଓଡ଼ିଶାରେ ବିଜେପି ହାରିନାହିଁ। ବରଂ ଏଠାରେ ବିଜେପିର ଶକ୍ତି ବୃଦ୍ଧି ଘଟୁଛି। ଗତଥର ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେପିକୁ ମାତ୍ର ଗୋଟିଏ ମିଳିଥିଲା। ଏଥର ୮ଟି ମିଳିଛି। ସେହିପରି ବିଧାନସଭା ଆସନ ଗତଥର ଅପେକ୍ଷା ବହୁତ ଅଧିକ ମିଳିଛି।

Advertisment

ପୂର୍ବରେ ଓ ଉପକୂଳରେ ବିଜେପିର ସ୍ଥିତି ଭଲ ନ ଥିଲା। ଏଠାରେ ଦଳକୁ ମଜବୁତ୍ କରିବା ପାଇଁ ପ୍ରଧାନମୋଦି ଓ ଅଧ୍ୟକ୍ଷ ଅମିତ୍‌ ଶାହ ଟାର୍ଗେଟ ରଖିଥିଲେ। ଏଥର ତାଙ୍କର ଏହି ଟାର୍ଗେଟ ପୂରଣ ହୋଇଛି ବୋଲି କହିଥିଲେ ଶ୍ରୀ ପଣ୍ଡା।

Left Top
Advertisment
Advertisment