Advertisment

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। କେନ୍ଦ୍ର ପର୍ଯ୍ୟଟନ ବିକାଶ ନିଗମ ଧର୍ମଶାଳାର ଉନ୍ନତିକରଣ କାମରେ ବିଳମ୍ବ କରିଥିବା ଅଭିଯୋଗ ମିଥ୍ୟା। ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା, ଏହାକୁ ଅଧାରୁ ବନ୍ଦ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ। ଜୁଲାଇ ୧ ତାରିଖରେ ବିଶାଳ ଦେବ ITDCକୁ ଚିଠି ଲେଖି ପ୍ରକଳ୍ପ ବନ୍ଦ କରିବାକୁ କହିଥିଲେ। […]

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

sambit patra

Advertisment

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। କେନ୍ଦ୍ର ପର୍ଯ୍ୟଟନ ବିକାଶ ନିଗମ ଧର୍ମଶାଳାର ଉନ୍ନତିକରଣ କାମରେ ବିଳମ୍ବ କରିଥିବା ଅଭିଯୋଗ ମିଥ୍ୟା। ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା, ଏହାକୁ ଅଧାରୁ ବନ୍ଦ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ। ଜୁଲାଇ ୧ ତାରିଖରେ ବିଶାଳ ଦେବ ITDCକୁ ଚିଠି ଲେଖି ପ୍ରକଳ୍ପ ବନ୍ଦ କରିବାକୁ କହିଥିଲେ।

Advertisment

ଯାହାର ଜବାବ ତୁରନ୍ତ ୯ ଜୁଲାଇରେ ଦେଇଥିଲେ ITDC ଚେୟାରମ୍ୟାନ୍। ୩ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ଚାଲିଛି, ଯଦି ଏହାକୁ ବନ୍ଦ କରାଯାଏ ତେବେ ଏନେଇ କ୍ଷତିପୂରଣ ଆଦାୟ ହେବ ବୋଲି କୁହାଯାଇଥିଲା। ତଥାପି କାହିଁକି ବଗଲା ପ୍ରକଳ୍ପକୁ ବନ୍ଦ କରିବାକୁ ରାଜ୍ୟ ସରକାର ଏତେ ତତ୍ପର ହୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

ରାଜ୍ୟ ସରକାର ବଗଲା ବଦଳରେ ଅନ୍ୟତ୍ର ପ୍ରକଳ୍ପ କରିବା ପାଇଁ ଆଇଟିଡିସିକୁ ଅବଗତ କରାଇଥିଲେ।ହେଲେ ସଂପୃକ୍ତ ଜମିରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବା କହିଛନ୍ତି ସମ୍ବିତ ପାତ୍ର। ଖାଲି ଏତିକି ନୁହେଁ, ପ୍ରକଳ୍ପ କାମ ବିଳମ୍ବ ହୋଇଥିବା କଥା ସମ୍ପୂର୍ଣ୍ଣ ମିଛ। କାରଣ କାମ ଆଗେଇବା ପାଇଁ ୨୦୧୯, ନଭେମ୍ବର ୫, ନଭେମ୍ବର ୨୦, ଡିସେମ୍ବର ୭ ଏବଂ ଚଳିତ ବର୍ଷ ଫେବ୍ରୁଆରୀ ୪ ତାରିଖରେ ଆଇଟିଡିସି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ବୋଲି ସମ୍ବିତ କହିଛନ୍ତି।

Advertisment

ସେପଟେ ସମ୍ବିତ ପାତ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ପୁରୀର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରିଛନ୍ତି। ଏଥିରେ କୌଣସି ଷଡ଼ଯନ୍ତ୍ର ହୋଇନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ