/odishatv-khabar/media/post_attachments/uploadimage/library/16_9/16_9_0/scb4_1626690702.jpg)
scb
ଭୁବନେଶ୍ୱର(ଓଡିଶା ରିପୋର୍ଟର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍ସିବି) ମେଡିକାଲ୍ର ହେବ ନବକଳେବର। ଏସ୍ସିବି ହେବ ବିଶ୍ୱସ୍ତରୀୟ ମେଡିକାଲ୍। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଛି। ସେହି ପ୍ୟାକେଜ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ଦେଇଛନ୍ତି। ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର ଓ ଉଠାଦୋକାନ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ ହେବ ଜମି। ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ୍ ଅନୁସାରେ ମିଳିବ କ୍ଷତିପୂରଣ। ଜମି ଓ ବାସହରା ପରିବାରଙ୍କୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ସହାୟତା ପ୍ରଦାନ କରାଯିବ। ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ ମିଳିବ ୫୦ ହଜାର ଟଙ୍କା। ପ୍ରତି ପରିବାର ପାଇଁ ୧୫x୧୫ ପ୍ଲଟ୍ରେ ଅସ୍ଥାୟୀ ଗୃହନିର୍ମାଣ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ସେମାନଙ୍କୁ ଅସ୍ଥାୟୀ ଆବାସସ୍ଥଳୀରେ ୮ ଦିନ ରନ୍ଧା ଖାଦ୍ୟ ମିଳିବ। ସ୍ଥାନାନ୍ତର ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ। କଟକ ମହାନଗର ନିଗମ(ସିଏମ୍ସି) ରେଜିଷ୍ଟ୍ରୀଭୁକ୍ତ ଦୋକାନୀଙ୍କୁ ଏକକାଳୀନ ମିଳିବ ୧ ଲକ୍ଷ ଟଙ୍କା।
ସ୍ଥିତିବାନ ସତ୍ତ୍ୱ ଥିବା ସ୍ଥାୟୀ ଦୋକାନ ଘରକୁ ସିଧା କ୍ରୟ କରିବେ ରାଜ୍ୟ ସରକାର। ସ୍ଥାୟୀ ଦୋକାନ ପରିବହନ ପାଇଁ ୨ କିସ୍ତିରେ ମିଳିବ ୧ ଲକ୍ଷ ଟଙ୍କା। ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ମିଳିବ। ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ ମିଳିବ ୨୦ ହଜାର ଟଙ୍କାର ସହାୟତା। ସ୍ଥାନାନ୍ତରିତ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ଏକକାଳୀନ ୧ ଲକ୍ଷ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ପ୍ରତି ଗାଈ ଗୁହାଳ ପିଛା ଏକକାଳୀନ ମିଳିବ ୨୦ ହଜାର, ସରକାରୀ କ୍ୱାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡ଼ା ଓ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ। ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ଯାଏ ମାସିକ ସହାୟତା ପ୍ରଦାନ କରାଯିବ।
୪ର୍ଥ ଶ୍ରେଣୀଙ୍କୁ ୫ ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦ ଟଙ୍କା, ୨ୟ ଶ୍ରେଣୀଙ୍କୁ ୧୦ ହଜାର, ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨, ୫୦୦ ଟଙ୍କା ପ୍ରଦାନ କରାଯିବ। ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସହାୟତା ବୃଦ୍ଧି ଓ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)