Advertisment

ASHA Workers Protest: ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଲା ପକାଇ ଦେଲେ

ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଲା ପକାଇଲେ। ଦ୍ୱିତୀୟ ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ। ପୋଲିସ୍ ଆସି ଉଦ୍ଧାର କଲା। ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି। ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି

author-image
Pramod Behera
ASHA Workers Protest

ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଲା ପକାଇ ଦେଲେ Photograph: (OTV)

ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଲା ପକାଇ ଦେଲେ। ଦ୍ୱିତୀୟ ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ l ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବିରେ ଗତକାଲି ଠାରୁ ଆଶାକର୍ମୀଙ୍କ ଆନ୍ଦୋଳନ ଜାରି ରଖିଥିବା ବେଳେ ଘଟଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଘଟଣା ସ୍ଥଳକୁ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ l 

Advertisment

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦାୟିତ୍ବ ଛାଡ଼ି ଅନ୍ୟ ଜଣଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ସିଡିଏମଓ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନମା ପତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଗ୍ରହଣ କରି ନ ଥିଲେ l ଫଳରେ ଦାୟିତ୍ବ ହସ୍ତାନ୍ତର ହୋଇ ପରି ନଥିଲା l ଫଳରେ ଆଶା କର୍ମୀମାନେ ଉତ୍ୟକ୍ତ ହୋଇ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତଲା ପକାଇଲେ ଆଶାକର୍ମୀ l ଯେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ସେ ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି କହିଛନ୍ତି l ପରେ ପୋଲିସ ପହଞ୍ଚି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଉଦ୍ଧାର କରିଥିଲା।

  • ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଲା ପକାଇଲେ
  • ଦ୍ୱିତୀୟ ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ
  • ପୋଲିସ୍ ଆସି ଉଦ୍ଧାର କଲା
  • ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି
  • ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି
Advertisment
ASHA Workers Protest ASHA Workers Odisha News
Advertisment
Advertisment