/odishatv-khabar/media/post_attachments/uploadimage/library/16_9/16_9_0/3f51ca7126874f08b848e584c6e297e5_18_1622726457.jpg)
Children
ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ ।
ମହାମାରୀ କରୋନା ସଂକ୍ରମଣରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗ (NCPCR) ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ, ମେ ୨୯ ସୁଦ୍ଧା କରୋନା ସଂକ୍ରମଣରେ ଦେଶର ୯୩୪୬ ଜଣ ଶିଶୁ ଅନାଥ ହୋଇଛନ୍ତି ।
୧୭୪୨ଜଣ ଶିଶୁ ଉଭୟ ବାପା, ମାଙ୍କୁ ହରାଇଥିବା ବେଳେ ୭୪୬୪ ଜଣ ବାପା କିମ୍ବା ମାଙ୍କୁ ହରାଇଛନ୍ତି । ଓଡିଶାରୁ ୨୪ଜଣ ଶିଶୁ ଅନାଥ ହୋଇଯାଇଥିବା NCPCR ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଜୁନ୍ ୫ ତାରିଖ ସୁଦ୍ଧା କରୋନା ସଂକ୍ରମଣ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କ ସଂପର୍କରେ NCPCR ୱେବସାଇଟ ବାଲ୍ ସ୍ୱରାଜରେ ଡାଟା ଅପଲୋଡ୍ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୭ରେ ଏସମ୍ପର୍କିତ ମାମଲାର ଶୁଣାଣି ହେବ ।
ଆନ୍ୟପଟେ ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ।
ଆଜିର ମୃତକଙ୍କୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ୧୭ ଲକ୍ଷ ୧୩ ହଜାର ୪୧୩ ଆକ୍ଟିଭ କେସ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪ ଜଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)