Advertisment

କଳା ସାରଙ୍କ କଳା କାରନାମା; ୪ ଜଣଙ୍କୁ ବିବାହ କରିଥିଲେ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ଦିଆଯାଛି। ଶିକ୍ଷକଙ୍କ ପତ୍ନୀ ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ଆଣିଛି ପୋଲିସ। ସମ୍ପୃକ୍ତ ଶିକ୍ଷକଙ୍କୁ କଟକ ମହିଳା ଥାନାରେ ଅଟକ ରଖି ଜେରା ପଚରଉଚାର କରାଯାଉଛି। ସଂପୃକ୍ତ ଯୁବକ କଟକ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ […]

କଳା ସାରଙ୍କ କଳା କାରନାମା; ୪ ଜଣଙ୍କୁ ବିବାହ କରିଥିଲେ, ଉଠାଇ ନେଲା ପୋଲିସ

rasikia

Advertisment

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ଦିଆଯାଛି। ଶିକ୍ଷକଙ୍କ ପତ୍ନୀ ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ଆଣିଛି ପୋଲିସ। ସମ୍ପୃକ୍ତ ଶିକ୍ଷକଙ୍କୁ କଟକ ମହିଳା ଥାନାରେ ଅଟକ ରଖି ଜେରା ପଚରଉଚାର କରାଯାଉଛି।

ସଂପୃକ୍ତ ଯୁବକ କଟକ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି। ସେ ପ୍ରଥମେ ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ୨୦୦୮ରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ। ଆଉ ପରେ ଲକ୍‌ଡାଉନ୍ ବେଳେ ବି ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ ଏହି କଳା ଶିକ୍ଷକ।

Advertisment

ତେବେ କଳା ଶିକ୍ଷକଙ୍କର ଏହି କଳା କାରନାମ ଆଉ ବେଶି ସମୟ ଲୁଚିପାରିଲା ଆହିଁ। ସ୍ୱାମୀଙ୍କର ଏପରି ଗୁଣ ବିଷୟରେ ଜାଣିଯାଇଥିଲେ ପ୍ରଥମ ଏବଂ ତୃତୀୟ ସ୍ତ୍ରୀ। ଏହାପରେ ସେମାନେ ସିଧା ଯାଇ ଥାନାରେ ଅଭିଯୋଗ କରିଥିଲେ।

ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଠାରୁ ଅଭିଯୋଗ ପାଇବା ପରେ ୪ ପତ୍ନୀ ଥିବା ଶିକ୍ଷକ ସ୍ୱାମୀଙ୍କୁ ଖୋଜିଥିଲା ପୋଲିସ୍। ସମ୍ପୃକ୍ତ ଯୁବକ ତାଙ୍କର ଚତୁର୍ଥ ପତ୍ନୀଙ୍କରେ ପାଖରେ ରହୁଥିବା ବେଳେ ତାଙ୍କୁ ଧରି ଥାନାକୁ ଆଣିଥିଲା ପୋଲିସ।

Advertisment

ଅଭିଯୋଗକାରିଣୀ ପତ୍ନୀଙ୍କ କରିବାନୁସାରେ, ବାହାଘରର ବର୍ଷ ବିତିଲା ପରେ ସେ ବିଭିନ୍ନ ଡିମାଣ୍ଡ କରୁଥିଲେ। ମୋ ପାଖରେ ରହୁନଥିଲେ କି ମୋ କଥା ବୁଝୁନଥିଲେ। ଏହାପରେ ୨୦୦୪ରେ ମୁଁ ତାଙ୍କ ନାଁରେ ମହିଳା ଥାନାରେ କେସ୍ ଦେଇଥଲି। ପରେ ବୁଝାମଣା ହୋଇ ପୀଠିପୁରରେ ରହୁଥିଲୁ। କିନ୍ତୁ ୨୦୦୮ରେ ସେ ପୁଣି କୁଆଡ଼େ ପଳେଇଲେ ଓ ମୁଁ ତାଙ୍କର କୌଣସି ଖବର ନ ପାଇବାରୁ ମୁଁ ବାପ ଘରକୁ ପଳାଇଥିଲି। ଏହାପରେ ଲକ୍‌ଡାଉନ୍‌ରେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଠାରୁ ଖବର ପାଇବା ପରେ ମୁଁ ମହିଳା ଥାନାରେ ଅଭିଯୋଗ କରିଛି।

ଏହାଛଡ଼ା ୭ ବର୍ଷ ପରେ ତାଙ୍କ ଶ୍ୱଶୂର ନିଜେ ତାଙ୍କ ପୁଅଙ୍କ ବିବାହର ଖବର ଦେଇଥିଲେ। କିନ୍ତୁ ମୁଁ ତାଙ୍କ ଭେଟିପାରିନଥିଲି। ବାଧ୍ୟ ହୋଇ ପୋଲିସ୍‌କୁ ଖବର ଦେଇଥିଲି ଓ ମୁଁ ନ୍ୟାୟ ଚାହୁଁଛି ବୋଲି କଳା ଶିକ୍ଷକଙ୍କ ପତ୍ନୀ କହିଛନ୍ତି।

ସେହିପରି ଅନ୍ୟ ଏକ ପତ୍ନୀଙ୍କ କହିବା କଥା ହେଲା ସେ ଅନେକ ଥର ମିଛ କଥା କହିଛନ୍ତି। ତେଣୁ ମୁଁ ତାଙ୍କର କୌଣସି କଥା ଜାଣିପାରି ନଥିଲି। ୨୦୨୦ରେ ଫେବ୍ରୁଆରୀ ମାସରେ ତାଙ୍କ ହ୍ୱାଟ୍ସଆପ୍‌ ଡିପିରେ ତାଙ୍କ ବିବା ଫଟୋ ଦେଖି ସନ୍ଦେହ କରିଥିଲି। ପରେ ଶାଶୂଙ୍କୁ ପଚାରିବାରୁ ସେ ବି ମିଛ କହିଥିଲେ। ଏହାପରେ ମୋ ବାପାଘରେ ଜାଣିବା ପରେ ଶାଶୂଙ୍କ ସହିତ କଥା ହେବାକୁ ଡାକିଥିଲେ। ଶାଶୂ ନଆସିବା ପରେ ମୁଁ ବାପଘରକୁ ପଳେଇଥିଲେ।

ବହୁତ ଖୋଜାଖୋଜି ପରେ ମାର୍ଚ୍ଚ ୧୨ ତାରିଖରେ ମୁଁ ଥାନାରେ ମାମଲା ଦେଇଥିଲି। କୋର୍ଟରେ ମାମଲା ଚାଲିଛି ବୋଲି ଅନ୍ୟ ଏକ ପତ୍ନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ