Advertisment

Angul Doctor’s Bail Turns Emotional Crowds: ଜାମିନରେ ଆସିବା ପରେ ଡାକ୍ତରଙ୍କୁ ପାଛୋଟି ନେଲେ ହଜାର ହଜାର ଲୋକ

ଗିରଫ ହେଲେ ବି କମିନି ଡାକ୍ତରଙ୍କ ପ୍ରତି ଭଲପାଇବା। ଜାମିନରେ ଆସିବା ପରେ ପାଛୋଟି ନେଲେ ଲୋକେ। କଣିହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସୁମନ୍ତ ପଟେଲଙ୍କୁ ସ୍ୱାଗତ। ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ଡାକ୍ତର।

author-image
Pramod Behera
Angul Doctor Bail Turns Emotional Crowds

ଜାମିନରେ ଆସିବା ପରେ ଡାକ୍ତରଙ୍କୁ ପାଛୋଟି ନେଲେ Photograph: (OTV)

ଗିରଫ ହେଲେ ବି କମିନି ଭଲପାଇବା। ଜାମିନରେ ଆସିବା ପରେ ଡାକ୍ତରଙ୍କୁ ପାଛୋଟି ନେଲେ ହଜାର ହଜାର ଲୋକ । ଅନୁଗୁଳ କଣିହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଭାବରେ କାର୍ଯ୍ୟରତ ଡାକ୍ତର ସୁମନ୍ତ ପଟେଲ ଲାଞ୍ଚ ନେଇ ଗିରଫ ହୋଇଥିଲେ। 

Advertisment

ସୂଚନା ମୁତାବକ ଗତ ୧୬ ତାରିଖରେ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଥିଲା ଭିଜିଲାନ୍ସ। ସେତେବେଳେ ମଧ୍ୟ ତାଙ୍କ ଗିରଫକୁ ବିରୋଧ କରି କିଛି କଣିହାଁବାସୀ ଧାରଣାରେ ବସିଥିଲେ। ସୋମବାର ଡାକ୍ତର ବାବୁ ବେଲରେ ଆସିବା ପରେ ପାଛୋଟି ନେବାକୁ ରୁଣ୍ଡ ହୋଇଥିଲେ ହଜାର ହଜାର ଲୋକ। ଏମିତିକି ସମସ୍ତେ ଭାବ ବିହ୍ୱଳ ହୋଇ ଡାକ୍ତର ବାବୁଙ୍କ ଜୟ ଜୟ କାର ମଧ୍ୟ କରିଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ଡାକ୍ତର ବାବୁଙ୍କୁ କେହି ଜାଣିଶୁଣି ପ୍ଲାନ୍ କରି ଭିଜିଲାନ୍ସ ଜାଲରେ ଫସାଇ ଦେଇଛନ୍ତି।

  • ଗିରଫ ହେଲେ ବି କମିନି ଡାକ୍ତରଙ୍କ ପ୍ରତି ଭଲପାଇବା
  • ଜାମିନରେ ଆସିବା ପରେ ପାଛୋଟି ନେଲେ ଲୋକେ
  • କଣିହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୁମନ୍ତ ପଟେଲଙ୍କୁ ସ୍ବାଗତ
  • ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ଡାକ୍ତର
Advertisment
CHC Bribery Case Odisha News
Advertisment
Advertisment