Advertisment

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

ଭୁବନେଶ୍ୱର: ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ। ରବିନ୍ଦ୍ରଙ୍କୁ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଲେ ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା। ରବୀନ୍ଦ୍ରଙ୍କ ପାଖରୁ ମୋଟ ୬ କୋଟି ୫୮ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା। ସେଥିରୁ ୫ କୋଟି ୨୧ ଲକ୍ଷ ଆୟ ବହିର୍ଭୂତ ସଂପତ୍ତି ଥିବା ଭିଜିଲାନ୍ସ କହିଥିଲା। ତାଙ୍କର ମୋଟ ଆୟର ୨୪୧% ବେଆଇନ ସଂପତ୍ତି […]

author-image
Abinash Pati
ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

odisha-vigilance

ଭୁବନେଶ୍ୱର: ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ। ରବିନ୍ଦ୍ରଙ୍କୁ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଲେ ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା।

Advertisment

ରବୀନ୍ଦ୍ରଙ୍କ ପାଖରୁ ମୋଟ ୬ କୋଟି ୫୮ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା। ସେଥିରୁ ୫ କୋଟି ୨୧ ଲକ୍ଷ ଆୟ ବହିର୍ଭୂତ ସଂପତ୍ତି ଥିବା ଭିଜିଲାନ୍ସ କହିଥିଲା। ତାଙ୍କର ମୋଟ ଆୟର ୨୪୧% ବେଆଇନ ସଂପତ୍ତି ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।

ଗତକାଲି ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ତେବେ ଓଡ଼ିଶା ଭିଜିଲାନ୍ସ ଇତିହାସରେ କୌଣସି ସରକାରୀ କର୍ମଚାରୀଙ୍କଠାରୁ ଏତେ ପରିମାଣର ସଂପତ୍ତି ଠାବ ହେବା ପ୍ରଥମ ଘଟଣା ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି।

Advertisment
Advertisment
Advertisment