Advertisment

ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ […]

ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

cm odisha

Advertisment

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Advertisment

କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ ଗାଁକୁ ମିଶାଇ ପ୍ରାୟ ୧୨୮ ଗାଁ ବାତ୍ୟା ୟାସ୍ ଯୋଗୁଁ ପ୍ରଭାବିତ ହୋଇଥିବା କୁହାଯାଉଛି ।

ସୂଚନାଥାଉ କି, ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ବୈତରଣୀରେ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଉଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଉଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଖରା ଦିନରେ ପାଣି ବଢୁଥିବାରୁ ବେଶି ବିପଦ ଆଶଙ୍କା କରାଯାଉନି।

Advertisment

ତେବେ ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ସେ କହିଛନ୍ତି । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି। ସେହିଭଳି ବାତ୍ୟା ପ୍ରକୋପରେ ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଦୁଇ ଦିନରେ କୁସୁମୀରେ ମୋଟ ୫୧୫ ମିଲିମିଟର ବର୍ଷା ହୋଇଛି। ଚାନ୍ଦବାଲିରେ ୪୨୭ ଏବଂ ରାଜନଗରରେ ୪୨୦ ମିଲିମିଟର ବର୍ଷା ହୋଇଛି ।

ଗତକାଲି ମଧ୍ୟ ୮ଟି ବ୍ଲକରେ ୨ଶହ ମିମିରୁ ଅଧିକ ବର୍ଷା ହୋଇଥିବା ଏସଆରସି  କହିଛନ୍ତି । ଖରା ଦିନରେ ନଦୀ ଶୁଖିଲା ଥିବାରୁ ବିଶେଷ କିଛି ଅସୁବିଧା ହେବନି । ଯଦି ବର୍ଷା ଋତୁରେ ଏମିତି ହୋଇଥାନ୍ତା, ଭୟଙ୍କର ବନ୍ୟା ହୋଇଥାନ୍ତା ବୋଲି ସେ କହିଛନ୍ତି । ତେବେ ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଏସଆରସି କହିଛନ୍ତି । ବାଲେଶ୍ୱର, ମୟୂରଭଂଜ ଓ କେନ୍ଦୁଝରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Advertisment

ସୂଚନାଥାଉ କି,  ବାତ୍ୟା ୟାସ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଗୁହାଳିଆ ଅଞ୍ଚଳର ଏକର ଏକର ଡ଼ାଳୁଅ ଧାନ କରିଥିଲେ ଚାଷୀ । ପ୍ରବଳ ବର୍ଷା ଯୋଗୁଁ ଧାନ କିଆରୀରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ଅମଳ ହେବାକୁ ଥିବା ଧାନ ପଚି ନଷ୍ଟ ହେଲାଣି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ