/odishatv-khabar/media/media_files/2026/01/19/youth-dies-falling-from-temple-2026-01-19-19-12-46.jpg)
ମହୁଫେଣା ଭାଙ୍ଗିବାକୁ ଯାଇ ମନ୍ଦିର ଉପରୁ ପଡ଼ି ଯୁବକ ମୃତ Photograph: (OTV)
ମନ୍ଦିର ଉପରୁ ପଡ଼ି ଯୁବକ ମୃତ। ମହୁଫେଣା ଭାଙ୍ଗିବାକୁ ଯାଇ ତଳେ ପଡ଼ି ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗାଁରେ।
ସୂଚନା ମୁତାବକ ବୁଲାଝାର ଗାଁର ସୁରେଶ ଦେହୁରୀ ଦୀର୍ଘ ଦିନ ହେବ କୁଞ୍ଜାମ୍ ଗାଁରେ ଘର ଜ୍ୱାଇଁ ଭାବରେ ରହି ଆସୁଥିଲେ। ସେ ପାଖଆଖ ଗାଁଗୁଡ଼ିକରେ ମୂଲ ଲାଗି ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ସୋମବାର ସେ ଆଉ ତାଙ୍କ ସମ୍ପର୍କୀୟ ସଡୁ ମଙ୍ଗଳୁ ବାଙ୍କିରା ରଜଡ଼ଙ୍ଗରେ ଥିବା ଶିବ ମନ୍ଦିର ଉପରେ ଥିବା ଏକ ମହୁଫେଣା ଭାଙ୍ଗିବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସିଗଲା ଆଉ ସେ ତଳେ ପଡ଼ିଗଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
କିନ୍ତୁ କେହି ଜଣେ ବ୍ୟକ୍ତି ଘଟଣାକୁ ଅନ୍ୟ ରୂପ ଦେବା ପାଇଁ ମୃତ ଦେହକୁ ଆଣି ଗାଁ ପାଖରେ ଥିବା ପୋଲ ଉପରେ ରଖିଥିଲେ ଆଉ ୧୦୮ ଆମ୍ବୁଲାନ୍ସ ଡାକି ଖମାର ମେଡିକାଲକୁ ଆଣିଥିଲେ। ପୋଲିସ ଏନେଇ ଖବର ପାଇବା ପରେ ମେଡିକାଲରେ ଥିବା ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)