Advertisment

ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ କୋର୍ଟରେ ପହଞ୍ଚିଲାଣି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ସାଂସଦ ଅନୁଭବ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁହଁ ଖୋଲିଲେ ଅନୁଭବ

anuvab11

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ କୋର୍ଟରେ ପହଞ୍ଚିଲାଣି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ସାଂସଦ ଅନୁଭବ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି।

Advertisment

Image

ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଉଭୟଙ୍କ ସାମାଜିକ ପ୍ରତିଷ୍ଠା ଥିବା କାରଣରୁ ସେ ଓ ତାଙ୍କ ପରିବାର ପକ୍ଷରୁ ବିବାଦର ଆପୋଷ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଏଥିରେ ବିଫଳ ହେବାରୁ କୋର୍ଟରେ ଛାଡ଼ପତ୍ର ପିଟିସିନ୍‌ ଦାଖଲ ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ଅନୁଭବ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି।

ଜୁଲାଇ, ୨୦୨୦ରେ ଅନୁଭବ ବିବାଦ ବିଚ୍ଛେଦ ପାଇଁ ପିଟିସନ ଦାଏର କରିଥିଲେ। ଏବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଅଧିକ କିଛି ଠିକ୍ କହିବା ହେବନି ବୋଲି ଅନୁଭବ ପ୍ରେସ ବିଜ୍ଞପ୍ତି ଜରିଆରେ ମତ ରଖିଛନ୍ତି।

Advertisment
Advertisment
Advertisment