Advertisment

ସକିଲ୍‌ର ୨ ନମ୍ବର ଗର୍ଲଫ୍ରେଣ୍ଡ ଗିରଫ

କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌ର ଦ୍ୱିତୀୟ ଗର୍ଲଫ୍ରେଣ୍ଡ ଗିରଫ। ବକ୍ସିବଜାରର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ଦରଘାବଜାର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ସକିଲର ଅପରାଧିକ ସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ କମିଶନରେଟ୍‌ ପୁଲିସ ତାଙ୍କୁ ଆଜି ଏକ ଅଜ୍ଞାତ ସ୍ଥାନରେ ରଖି ଘନ ଘନ ଜେରା କରୁଥିବା ଜଣାପଡ଼ିଛି। ଏବେ ଚୌଦ୍ୱାର ସର୍କଲ ଜେଲ୍‌ରେ ରହିଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌। ସେ ଗତ ୧୪ ତାରିଖରେ […]

author-image
Pradesh Pratyush
ସକିଲ୍‌ର ୨ ନମ୍ବର ଗର୍ଲଫ୍ରେଣ୍ଡ ଗିରଫ

sakil

କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌ର ଦ୍ୱିତୀୟ ଗର୍ଲଫ୍ରେଣ୍ଡ ଗିରଫ। ବକ୍ସିବଜାରର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ଦରଘାବଜାର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ସକିଲର ଅପରାଧିକ ସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ କମିଶନରେଟ୍‌ ପୁଲିସ ତାଙ୍କୁ ଆଜି ଏକ ଅଜ୍ଞାତ ସ୍ଥାନରେ ରଖି ଘନ ଘନ ଜେରା କରୁଥିବା ଜଣାପଡ଼ିଛି।

Advertisment

ଏବେ ଚୌଦ୍ୱାର ସର୍କଲ ଜେଲ୍‌ରେ ରହିଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌। ସେ ଗତ ୧୪ ତାରିଖରେ ହ୍ୱାଟ୍ସଆପ୍‌ରେ ବକ୍ସିବଜାରରେ ଜଣେ ଦୋକାନୀଙ୍କୁ ଭିଡିଓ କଲ୍‌ କରି ଟଙ୍କା ଦାଦାବଟି ମାଗିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସକିଲ୍‌ର ବାପା ଓ ୪ ସହଯୋଗୀଙ୍କୁ ଗିରଫ କରିଥିଲା। ନୂଆବର୍ଷ ଦିନ ସେହି ଲିଙ୍କରେ ସକିଲ୍‌ର ପ୍ରଥମ ଗର୍ଲଫ୍ରେଣ୍ଡ୍‌ ନସରିନ୍‌ଙ୍କୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରିଥିଲା ପୁଲିସ।

ମହମ୍ମଦ ସକିଲ୍‌ର ଅପରାଧୀକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍‌ ନସରିନ୍‌। ଦାଦାବଟି କେମିତି ଓ କିଭଳି ଆଦାୟ ହେବ ଏବଂ ନେଣଦେଣ କେମିତି ହେବ ସେକଥା ନସରିନ୍‌ ହିଁ ଫାଇନାଲ୍‌ କରୁଥିଲା। ଏହାଛଡ଼ା ବନ୍ଧୁକ କାରବାର ବି ଡିଲ୍‌ କରୁଥିଲା। ବନ୍ଧୁକ କେଉଁଠୁ ଆସିବ, କେଉଁଠି ରହିବ ଓ କିଏ ନେବେ, ଏ ସବୁ ତଥ୍ୟ ନସରିନ୍‌ ପାଖରେ ରହୁଥିଲା। ଏପରି ଅନେକ ତଥ୍ୟ କମିଶନରେଟ୍‌ ପୁଲିସ ହାତରେ ଲାଗିଛି। ନସରିନ୍‌ ପରି ଦ୍ୱିତୀୟ ଗର୍ଲଫ୍ରେଣ୍ଡ ମଧ୍ୟ ସକିଲଙ୍କ ଅପରାଧୀକ ସାମ୍ରାଜ୍ୟ କଥା ବୁଝୁଥିଲା। କେଉଁଠୁ ବଟି ଆଦାୟ ହେବ ଓ କେମିତି ଆଦାୟ ହେବ ଏ ସମ୍ପର୍କରେ ସେ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା।

Advertisment

ପୁଲିସ ଆଜି ତାଙ୍କୁ ଗିରଫ କରିବା ପରେ ସକିଲଙ୍କ ପୂରା ଅପରାଧୀକ ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ପୁଲିସ ଆଶା ରଖିଛି।

Advertisment
Advertisment