/odishatv-khabar/media/post_attachments/uploadimage/library/16_9/16_9_0/bmc_1625352347.jpg)
bmc
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ ୨୦୫ କ୍ୱାରେଣ୍ଟାଇନ୍ରୁ ଓ ୨୭୮ ଜଣ ଲୋକାଲ୍ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Advertisment
https://twitter.com/bmcbbsr/status/1302589982276681728?s=20
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୩୨୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୨୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୫୦୧୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ସେହିପରି ୟୁନିଟ୍-୯ ଇଡକୋ କଲୋନୀରୁ ୭, ସହିଦ ନଗରରୁ ୮ କ୍ୱାରେଣ୍ଟିନ କେସ୍, ୟୁନିଟ୍-୯ରୁ ୧୪, ୟୁନିଟ୍-୯ ଇଡକୋ କଲୋନୀରୁ ୧୦ ଲୋକାଲ କେସ୍, ସହିଦ ନଗରରୁ ୧୧ ଲୋକାଲ କେସ୍ ମଧ୍ୟ ଚିହ୍ନଟ ହୋଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)