Advertisment

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି କ୍ରମରେ ଆଜି ରାଜ୍ୟରେ ୪୧୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୩୭୫୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 25 from Gajapati23 from Sundargarh16 from Anugul10 from Deogarh320 from State […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

corona1

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି କ୍ରମରେ ଆଜି ରାଜ୍ୟରେ ୪୧୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୩୭୫୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1306965935559909377?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୮୨ ଜଣ ଅଛନ୍ତି। ସେହିପରି କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗିରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡ଼ାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡ଼ାରୁ ୧୧୨, କନ୍ଧମାଳରୁ ୧୦୨ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମରୁ ୯୮, ବରଗଡ଼ରୁ ୯୪, ରାୟଗଡ଼ାରୁ ୮୯, ବାଲେଶ୍ୱରରୁ ୮୦, ସମ୍ୱଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡ଼ାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡ଼ରୁ ୪୭, ବୌଦ୍ଧରୁ ୩୮, ମାଲକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡ଼ରୁ ୨୩, ଅନୁଗୋଳରୁ ୧୬, ଦେବଗଡ଼ରୁ ୧୦ ଓ ଷ୍ଟେଟ୍‌ ପୁଲରୁ ୩୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
Advertisment