Advertisment

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ କଥା ହେଉଛି ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 33 from Malkangiri17 from Deogarh15 from Gajapati204 from State […]

author-image
Ranjeet Kumar Jena
ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

corona1

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ କଥା ହେଉଛି ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1307685330787553280?s=20

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ରହିଛନ୍ତି। ଖୋର୍ଦ୍ଧାରୁ ୮୪୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୩୪, ପୁରୀରୁ ୨୭୪, ବାଲେଶ୍ୱରରୁ ୧୯୪, କେନ୍ଦ୍ରାପଡ଼ାରୁ ୧୩୯, ସୋନପୁରରୁ ୧୩୬, ଜଗତସିଂହପୁରରୁ ୧୨୦, ଯାଜପୁରରୁ ୧୨୦, ଅନୁଗୁଳରୁ ୧୧୬, ରାୟଗଡ଼ାରୁ ୧୧୩, ଝାରସୁଗୁଡ଼ାରୁ ୧୧୧, ଭଦ୍ରକରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୫, ସମ୍ବଲପୁରରୁ ୯୦, ସୁନ୍ଦରଗଡ଼ରୁ ୯୦, କୋରାପୁଟରୁ ୮୮, ମୟୂରଭଞ୍ଜରୁ ୮୩, ନୂଆପଡ଼ାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢେଙ୍କାନାଳରୁ ୬୭, ଗଞ୍ଜାମରୁ ୬୭, ନୟାଗଡ଼ରୁ ୬୦, କେନ୍ଦୁଝରରୁ ୫୭, ବଲାଙ୍ଗିରରୁ ୪୬, କଳାହାଣ୍ଡିରୁ ୪୨, ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡ଼ରୁ ୧୭, ଗଜପତିରୁ ୧୫ ଏବଂ ଷ୍ଟେଟ୍ ପୁଲରୁ ୨୦୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି।

Advertisment
Advertisment
Advertisment