Advertisment

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୩୬୦୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୩୩୪୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 19 from Kalahandi18 from Deogarh16 from Kandhamal12 from Anugul The total recovered cases of Odisha now stand at 133466 — H & FW Dept Odisha […]

author-image
Ranjeet Kumar Jena
ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

covid19

ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୩୬୦୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୩୩୪୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1306594729195237381?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୦୩୭ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗିରିରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡ଼ରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦ ଆରୋଗ୍ୟ ହୋଇଛନ୍ତି।

ସେହିପରି ବରଗଡ଼ରୁ ୮୪, କେନ୍ଦ୍ରାପଡ଼ାରୁ ୮୪, ଝାରସୁଗୁଡ଼ାରୁ ୮୨, ରାୟଗଡ଼ାରୁ ୮୦, ଗଞ୍ଜାମରୁ୭୫, କୋରାପୁଟରୁ ୭୫, ସମ୍ୱଲପୁରରୁ ୭୧, ନୟାଗଡ଼ରୁ ୫୫, ଭଦ୍ରକରୁ ୫୪, ନୂଆପଡ଼ାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡ଼ରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୁଳରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
Advertisment