Advertisment

ରାଜ୍ୟରେ ସୁସ୍ଥ ହେଲେ ୩୪୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩ ଓ ମୟୂରଭଞ୍ଜରୁ ୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
ରାଜ୍ୟରେ ସୁସ୍ଥ ହେଲେ ୩୪୮୪ କରୋନା ଆକ୍ରାନ୍ତ

coronavirus-1

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩ ଓ ମୟୂରଭଞ୍ଜରୁ ୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ସେହିଭଳି କରୋପୁଟରୁ ୧୩୦, ନୟାଗଡ଼ରୁ ୧୨୬, ବାଲେଶ୍ୱରରୁ ୧୦୫, ମାଲକାନଗିରିରୁ ୮୭, ସୁନ୍ଦରଗଡ଼ ୮୬, ସମ୍ବଲପୁର ୮୪, ପୁରୀ ୮୨, ଭଦ୍ରକ ୬୩, ଜଗତସିଂହପୁର ୬୨ ଓ ଝାରସୁଗୁଡ଼ାରୁ ୫୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଛି।

ବରଗଡ଼ରୁ ମଦ୍ୟ ଆଜି ୫୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବଲଙ୍ଗିରରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬,  ସୋନପୁରରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୨୫, ଢେଙ୍କାନାଳ ୨୩, ଗଜପତିରେ ବି ୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବୈଧରୁ ୧୨, ଦେବଗଡ଼ରୁ ୭ ଓ ନୂଆପଡ଼ାରୁ ୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୦୭୭୦ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ