Advertisment

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ୩୦୦ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୪ କ୍ୱାରେଣ୍ଟିନ୍‌‌ରୁ ଓ ୨୩୮ ଲୋକାଲ କେସ ରହିଛି। ଏହାଛଡ଼ା ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs […]

author-image
Ranjeet Kumar Jena
ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

bmc

ଭୁବନେଶ୍ୱର: ପୁଣି ରାଜଧାନୀରେ ୩୦୦ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୪ କ୍ୱାରେଣ୍ଟିନ୍‌‌ରୁ ଓ ୨୩୮ ଲୋକାଲ କେସ ରହିଛି। ଏହାଛଡ଼ା ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/bmcbbsr/status/1307286968800129024?s=20

ଏକ କେନ୍ଦ୍ରୀୟ ହସ୍ପିଟାଲରୁ ୧୩, ଖଣ୍ଡଗିରିରୁ ୧୧, ଏକ ଘରୋଇ ହସ୍ପିଟାଲରୁ ୮, ବିଜେବି ନଗରରୁ ୭, ବମିଖାଲରୁ ୫, ଆଉ ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ, ନୀଳାଦ୍ରିବିହାରରୁ ୬, ପଳାଶୁଣିରୁ ୬, ଖାରବେଳନଗରରୁ ୫ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଶୈଳଶ୍ରୀବିହାରରେ କ୍ୱାରେଣ୍ଟିନ୍‌ରେ ଥାଇ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁନିଟ-୬ ଅଞ୍ଚଳରୁ ୬, ଜୟଦେବ ବିହାର ଓ ମଞ୍ଚେଶ୍ୱରରୁ ୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୦୫୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୧୩୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Advertisment
Advertisment
Advertisment