/odishatv-khabar/media/post_attachments/uploadimage/library/16_9/16_9_0/bmc-4_1625321854.jpg)
bmc
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୧ ଜଣ କ୍ୱାରେଣ୍ଟିନ୍ରୁ ଓ ୨୨୪ ଲୋକାଲ କେସ୍ ରହିଛି। ଏହାଛଡ଼ା ୪୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/bmcbbsr/status/1306549941477675008?s=20
ଆଜି ବିଜେବି ନଗରରୁ ୩, ବରମୁଣ୍ଡା ଏଚ୍ବି କଲୋନୀରୁ ୪, ବାପୁଜୀ ନଗରରୁ ୪, ଚିନ୍ତାମଣିଶ୍ୱରରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୬, କଟକ ରୋଡ୍ରୁ ୪, ଡମଣାରୁ ୫, ଫରେଷ୍ଟ ପାର୍କରୁ ୩, ଲୋଇସ୍ ରୋଡ୍ରୁ ୩, ଝାରପଡ଼ାରୁ ୬, ଜାମୁଝରିରୁ ୭, ଆଇଆର୍ସି ଭିଜେଲ୍ରୁ ୪, ଗେରେଜ ଛକ୍ରୁ ୫, ମଞ୍ଚେଶ୍ୱରରୁ ୩, ନୀଳାଦ୍ରି ବିହାରରୁ ୬, ପାଇକ ନଗରରୁ ୩, ପାହାଳରୁ ୩, ପାତ୍ରପଡ଼ାରୁ ୫, ପ୍ରାଇଭେଟ୍ ହସ୍ପିଟାଲ୍ର ୮ କର୍ମଚାରୀ, ୨ ପୁଲିସ କର୍ମଚାରୀ, ୟୁନିଟ୍-୯ରୁ ୫, ୟୁନିଟ୍-୮ରୁ ୩, ଶୈଳଶ୍ରୀ ବିହାରରୁ ୩, ସହିଦ୍ ନଗରରୁ ୩, ରସୁଲଗଡ଼ରୁ ୧୧ ଓ ରଙ୍ଗମାଟିଆରୁ ୨ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୭୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୧୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୪୨୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)