Advertisment

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the last 24 […]

author-image
Ranjeet Kumar Jena
ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

bmc

ଭୁବନେଶ୍ୱର: ଭୁବନେଶ୍ୱର ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/bmcbbsr/status/1308715650869649408?s=20

ଆଜି ଭରତପୁରରୁ ୩, ବିଜେବି ନଗରରୁ ୪, ବମିଖାଲ୍‌ରୁ ୬, ଡମଣାରୁ ୫, ଡୁମ୍‌ଡୁମାରୁ ୧୦, ଗଙ୍ଗ ନଗରରୁ ୩, ଭିଏସ୍‌ଏସ୍‌ ନଗରରୁ ୬, ବାଣୀବିହାରରୁ ୩, ଲକ୍ଷ୍ମୀ ସାଗରରୁ ୫, କଳିଙ୍ଗ ନଗରରୁ ୬, ଝାରପଡ଼ାରୁ ୮, ଜାଗମରାରୁ ୩, ଆଇଆର୍‌ସି ଭିଲେଜରୁ ୪, ନୟାପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୬, ଓଲ୍‌ଡ ଟାଉନ୍‌ରୁ ୬, ପଳାସପଲ୍ଲୀରୁ ୩, ପଟିଆରୁ ୯, ପ୍ରଶାନ୍ତ ବିହାରରୁ ୪, ଚନ୍ଦ୍ରଶେଖରପୁରରୁ ୧୦, ୟୁନିଟ୍‌-୬ରୁ ୩, ୟୁନିଟ୍‌-୯ରୁ ୬, ଟଙ୍କପାଣି ରୋଡ୍‌ରୁ ୩, ସୁନ୍ଦରପଦାରୁ ୪, ସାମନ୍ତରାପୁରରୁ ୪, ଶୈଳଶ୍ରୀ ବିହାରରୁ ୭, ସହିଦ୍‌ ନଗରରୁ ୩, ରସୁଲଗଡ଼ରୁ ୩ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୫୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୭୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୭୧୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment
Advertisment