coronavirus
ଭୁବନେଶ୍ୱର: କରୋନାରୁ ରାଜ୍ୟର ଆଉ ୧୭୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା-୨୬୩, କଟକ ଓ ସମ୍ବଲପୁରରୁ ୧୨୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କେନ୍ଦୁଝର-୧୦୧, ମାଲକାନଗିରି-୯୧, କନ୍ଧମାଳରୁ ୮୪ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାୟଗଡ଼ା-୮୧, ଗଜପତି-୮୦, ଢେଙ୍କାନାଳରୁ ୬୦ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ-୫୦, ଯାଜପୁର-୪୯, କଳାହାଣ୍ଡିରୁ ୪୮ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ବାଲେଶ୍ୱରରୁ ମଧ୍ୟ ଆଜି ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାଗଡ଼-୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକ-୨୮, କେନ୍ଦ୍ରାପଡ଼ା-୨୪ ଓ ପୁରୀରୁ ୨୨ ସୁସ୍ଥ ହୋଇଛନ୍ତି।
ବରଗଡ଼ ଓ ନୂଆପଡ଼ାରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ନବରଙ୍ଗପୁରରୁ ମଧ୍ୟ ୮, ଜଗତସିଂହପୁର ଓ କୋରାପୁଟରୁ ୭ ଲେଖାଏଁ, ବଲାଙ୍ଗିରରୁ ୫ ସୁସ୍ଥ, ବୌଦ୍ଧ-୪, ଝାରସୁଗୁଡ଼ା-୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜିକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୪,୮୦୫କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ଅନ୍ୟପଟେ ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ସର୍ବାଧିକ ୧,୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟ ସଂଖ୍ୟା ୫୨୩ ରହିଛି।
ସେହିଭଳି ଆଜି ରାଜ୍ୟରେ ୧୦ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚି ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-5_1625443548.jpg)