Advertisment

ପୁଣି କରୋନା ଆରୋଗ୍ୟରେ ରେକର୍ଡ : ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ଟପିଲା

ଭୁବନେଶ୍ୱର: ପୁଣି କରୋନା ଆରୋଗ୍ୟରେ ରେକର୍ଡ l କରୋନା ଆରୋଗ୍ୟରେ ୧୨ ହଜାର ଟପିଲା l ଆଜି ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୫୧୪୫୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ…

author-image
Chandan Shishu
ପୁଣି କରୋନା ଆରୋଗ୍ୟରେ ରେକର୍ଡ : ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ଟପିଲା

covid-cure

ଭୁବନେଶ୍ୱର: ପୁଣି କରୋନା ଆରୋଗ୍ୟରେ ରେକର୍ଡ l କରୋନା ଆରୋଗ୍ୟରେ ୧୨ ହଜାର ଟପିଲା l ଆଜି ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୫୧୪୫୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି।

Advertisment

କେଉଁ ଜିଲ୍ଲାରୁ କେତେ:-

ସୁନ୍ଦରଗଡ଼ରୁ ୨୦୭୨ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୬୧୧, କଟକରୁ ୯୧୬, ଅନୁଗୋଳରୁ ୫୮୦, ସମ୍ୱଲପୁରରୁ ୫୪୩, ବରଗଡ଼ରୁ ୪୬୨, ପୁରୀରୁ ୪୫୩, ବାଲେଶ୍ୱରରୁ ୪୩୭, ବଲାଙ୍ଗିରିରୁ ୪୩୫, ନବରଙ୍ଗପୁରରୁ ୪୨୯, ଝାରସୁଗୁଡ଼ାରୁ ୪୨୫, କଳାହାଣ୍ଡିରୁ ୪୦୧, ଭଦ୍ରକରୁ ୩୮୨, ନୂଆପଡ଼ାରୁ ୨୬୧, ଗଞ୍ଜାମରୁ ୨୧୮, ନୟାଗଡ଼ରୁ ୨୧୫, ସୋନପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡ଼ାରୁ ୧୭୬, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ଷ୍ଟେଟ୍‌ ପୁଲରୁ ୩୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment