Advertisment

ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ […]

author-image
Mihir Pattnayak
ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର

nb

ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ ଅଫିସର ଉପସ୍ଥିତ ରହି କ୍ଷୟକ୍ଷତି ଆକଳନରେ ସହାୟତା କରିବେ । ଅନ୍ୟପକ୍ଷରେ ଜଣେ ମାତ୍ର ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ନ ପଡିବେ। ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment
Left Top
Advertisment
Advertisment