Advertisment

ଅଞ୍ଜନା ଗଣଦୁଷ୍କର୍ମ ମାମଲା; ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ

ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ। ବିବନ୍‌ଙ୍କ ପତ୍ନୀ ଆହୁରି କହିଛନ୍ତି, ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ […]

author-image
Rajalaxmi Sahoo
ଅଞ୍ଜନା ଗଣଦୁଷ୍କର୍ମ ମାମଲା; ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ

Biban's wife

ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ।

Advertisment

ବିବନ୍‌ଙ୍କ ପତ୍ନୀ ଆହୁରି କହିଛନ୍ତି, ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ନଥିଲା। କିଛି ପଇସାପତ୍ର ଦେଇ ନାହାନ୍ତି। ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ପାଳିଛି।

ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ ପାଇବାକୁ ଆବେଦନ ପ୍ରସଙ୍ଗରେ ବିବନ୍‌ଙ୍କ ପତ୍ନୀ କହିଛନ୍ତି, ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ ନୁହେଁ ବରଂମ୍ ଶ୍ୱଶୁରଙ୍କ ସାର୍ଟିଫିକେଟ ଆବେଦନ କରିଥିଲୁ।

Advertisment

୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ ଗତକାଲି କମିଶନରେଟ୍ ପୋଲିସ ଗିରଫ କରିଥିଲା।  ଏନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି,‘ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା। ବିବନକୁ ଫାଶି ଦିଆଯାଉ।’

ଅନ୍ୟପକ୍ଷେ, ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ କେଉଁ ଦିଗକୁ ଯିବ ? ସିବିଆଇ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳଙ୍କୁ ରିମାଣ୍ଡରେ ନେବ କି ? ପୁରୁଣା ଫାଇଲ୍ ପୁଣି ଥରେ ଖୋଲିବ କି ? ଏଥିରେ ଅନ୍ୟ କେହି ବ୍ୟକ୍ତି ସମ୍ପୃକ୍ତ ଥିଲେ କି ? ଏସବୁ ପ୍ରଶ୍ନ ଏବେ ପୁଣି ଥରେ ଉଠିଛି। କାରଣ ଗତକାଲି ବିବନ୍‌ଙ୍କୁ ଗିରଫ ପରେ ମାମଲାର ପୀଡ଼ିତା ଅଞ୍ଜନା ମିଶ୍ର ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା କହିଥିଲେ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି, ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ବି ହୋଇଥିବା ଅଞ୍ଜନା ଅଭିଯୋଗ କରିଥିଲେ। ତେଣୁ ଏବେ ସିବିଆଇର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି। ବିବନ୍‌ଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିବା ପରେ ଗତକାଲି ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଜେଲ୍‌କୁ ପଠାଯାଇଛି।

Anjana Mishra Case
Advertisment
Advertisment