Advertisment

ବନ୍ଦ ହେଲା ପଶୁବଳି

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ):  ଗଞ୍ଜାମ ଜିଲ୍ଲା ତାରାସିଂଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ପଶୁବଳି। ପ୍ରତିବର୍ଷ ଏଠାରେ ଶହ ଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଏ। ତେବେ ଚଳିତବର୍ଷ ପ୍ରଶାସନର ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରୁ ଏଠାରେ ପଶୁବଳିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଫାଲଗୁନ୍ ଅମାବାସ୍ୟା ପର ଗୁରୁବାରଠୁ ୩ ଦିନ ଧରି ରଣଘଣ୍ଟା ଯାତ୍ରା ଅନୁଷ୍ଠିତ ହୁଏ। ମାଆଙ୍କ ପ୍ରତିମୂର୍ତ୍ତି ସ୍ୱରୂପ ଦୁଇଟି ଘଣ୍ଟିକୁ ଆବହନ କରି ଅଣାଯାଏ। ତା’ପରେ ମାଆଙ୍କୁ […]

author-image
Sangita Sahu
ବନ୍ଦ ହେଲା ପଶୁବଳି

puja

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ):  ଗଞ୍ଜାମ ଜିଲ୍ଲା ତାରାସିଂଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ପଶୁବଳି। ପ୍ରତିବର୍ଷ ଏଠାରେ ଶହ ଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଏ।

Advertisment

ତେବେ ଚଳିତବର୍ଷ ପ୍ରଶାସନର ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରୁ ଏଠାରେ ପଶୁବଳିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଫାଲଗୁନ୍ ଅମାବାସ୍ୟା ପର ଗୁରୁବାରଠୁ ୩ ଦିନ ଧରି ରଣଘଣ୍ଟା ଯାତ୍ରା ଅନୁଷ୍ଠିତ ହୁଏ। ମାଆଙ୍କ ପ୍ରତିମୂର୍ତ୍ତି ସ୍ୱରୂପ ଦୁଇଟି ଘଣ୍ଟିକୁ ଆବହନ କରି ଅଣାଯାଏ। ତା’ପରେ ମାଆଙ୍କୁ ନଦୀ ସ୍ନାନ କରାଯାଇଥାଏ।

ପରେ ମାଆଙ୍କୁ ପୂଜକ ଗାଁ ପରିକ୍ରମା କରାଇଥାଆନ୍ତି। ଭଞ୍ଜବଂଶର ରାଜା ଯୁଦ୍ଧକୁ ଯିବା ପୂର୍ବରୁ ସୈନ୍ୟସାମନ୍ତ ସହ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ପ୍ରଥାକୁ ନେଇ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି।

Advertisment
Advertisment
Advertisment