Advertisment

ପୁଣି ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର

ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍‌ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର […]

ପୁଣି ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର

kotia

Advertisment

ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍‌ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର ନେତା ଓ ଆନ୍ଧ୍ର ପୋଲିସ୍। ତାହାରି ଭିତରେ ପୋଲିସକୁ ଆଡ଼େଇ ସ୍ଥାନୀୟ ଲୋକେ ଏଭଳି ଭାବେ ଦୌଡ଼ିଯାଇଥିଲେ ପୋଲିଂବୁଥ୍ ଆଡ଼କୁ। ଏହି ଖବର ପାଇ ଘଟଣାସ୍ଥଳରେ ପାର୍ବତୀପୁରମ୍ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି କୋରାପୁଟ ଉପଜିଳ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ପରେ ବିଜୟନଗରମ୍ ଏସ୍ପି ପହଞ୍ଚି ଏଠାରେ ଭୋଟରଙ୍କୁ ମିଠା ଓ ବିସ୍କୁଟ ସହ ମାସ୍କ ବଣ୍ଟନ କରିଥିଲେ। ସବୁ ଘଟଣା ସାମ୍ନାରେ ଘଟି ଯାଉଥିଲେ ବି ନିରୁପାୟ ହୋଇ ଛିଡ଼ା ହୋଇଥିଲେ ଓଡ଼ିଶା ଅଧିକାରୀ। ତାରି ଭିତରେ ପଡ଼ିଲା ଭୋଟ୍।

Advertisment

ମଣ୍ଡଳ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ ଆନ୍ଧ୍ର ନିର୍ବାଚନ ଅଧିକାରୀ। ନେରେଡିଓ୍ବାଲସା ବୁଥ୍‌ରେ ୮ଟି, ଥୋଣମ୍ ବୁଥ୍‌ରେ ଫାଟୁସିନେରି, ଫଗୁଣସିନେରି, ମାଡ୍‌କାର ସମେତ ଆନ୍ଧ୍ରର କିଛି ଗାଁର ଲୋକେ ଭୋଟ ଦେଇଥାନ୍ତେ। ଏସବୁ ସ୍ଥାନରେ ଯେମିତି ଓଡ଼ିଆ ଭୋଟର୍ ଭୋଟ ନଦେବେ, ସେହି ଲକ୍ଷ୍ୟ ରଖି ଗତକାଲିଠାରୁ ଡେରା ପକାଇଥିଲେ ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ନେରେଡିଓ୍ବାଲସା ବୁଥ୍‌ରେ କିଛି ଓ ଭୋଟ୍ ଦେଇଥିବାବେଳେ ଥୋଣମ୍‌ରେ କିନ୍ତୁ ଜଣେ ବି ଓଡ଼ିଆ ଭୋଟ୍ ଦେଇନାହାଁନ୍ତି।

href="https://khabar.odishatv.in/odisha/andhra-encroached-odisha-villagers/244320/">ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ବିରୋଧରେ ଗତ ଫେବୃୟାରୀ ୧୦ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ର ଏକ ସତ୍ୟପାଠ ଦାଖଲ କରି ପୂର୍ବରୁ ବି ନିର୍ବାଚନ କରିଆସୁଥିବା ଯୁକ୍ତି ବାଢ଼ିଥିଲା। ପରବର୍ତ୍ତୀ ଶୁଣାଣିରେ ଜବାବ ଦାଖଲ ପାଇଁ ଓଡ଼ିଶା ସରକାର ସମୟ ମାଗିଥିଲେ। ତାରି ଭିତରେ ଗତକାଲି ପୁଣି ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କୋର୍ଟଙ୍କ ଅବମାନନା ବୋଲି ଦର୍ଶାଇଥିଲାା ସୁପ୍ରିମକୋର୍ଟରେ ବିବାଦ ଅଟକିଥିବା ବେଳେ ଆଜି ପୁଣି ଆନ୍ଧ୍ର ସାରିଦେଇଛି ନିର୍ବାଚନା ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି। ବିଜେଡି ଏହାର ଜବାବ ରଖିଛି।

Advertisment
ଆନ୍ତଃରାଜ୍ୟ ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଦରକାର। ତେବେ ଆନ୍ଧ୍ର ଯେଉଁ ସଂଘୀୟ ବ୍ୟବସ୍ଥା ବିରୋଧରେ ଯେଉଁ କାର୍ଯ୍ୟ କରୁଛି, ଏ ନେଇ ଆମେ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିବୁ।
-ଈଶ୍ୱର ପାଣିଗ୍ରାହୀ, ବିଜେଡି ନେତା
ରିପୋର୍ଟ: ଦ୍ୱିତୀକୃଷ୍ଣ ପଟ୍ଟନାୟକ, ଅତୁଲ୍ୟ ବାଉତ, ସୂର୍ଯ୍ୟନାରାୟଣ ପଣ୍ଡା, ଟି.ଗୌରୀଶଙ୍କର
Advertisment
Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ