Advertisment

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର

ଜୟପୁର: କୋରାପୁଟ କୋଟିଆରେ ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ଆଜି ନିର୍ବାଚନ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି। କୋଟିଆର ନେରେଡିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି। ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ […]

author-image
Rajalaxmi Sahoo
ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର

election in kotia

ଜୟପୁର: କୋରାପୁଟ କୋଟିଆରେ ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ଆଜି ନିର୍ବାଚନ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି। କୋଟିଆର ନେରେଡିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି। ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ ନାହାନ୍ତି। ଅନ୍ୟପକ୍ଷରେ, ଦୁଇ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କୋରାପୁଟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

Advertisment

କୋଟିଆରେ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟଙ୍କ ଉଚ୍ଚସ୍ତରୀୟ ଖଣ୍ଡପୀଠ ରାୟ ଦେଇଥିଲେ। ଆଜି ନିର୍ବାଚନ କରିବା ସହ ପରବର୍ତ୍ତୀ ଆଦେଶ ଯାଏ ଗଣତି ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଆନ୍ଧ୍ର ସରକାର ଆଜି ନିର୍ବାଚନ କରିବାକୁ ଉଦ୍ୟମ କରିଛନ୍ତି। ଗତକାଲି ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ଦୂରେଇ ରଖିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ ଅଦାଲତା ଅବମାନନା ମାମଲା କରିବାକୁ ଓଡ଼ିଶା ସରକାର ଆବେଦନ କରିଥିଲେ।

ଅନ୍ୟପକ୍ଷେ, ଆନ୍ଧ୍ର ସରକାର ନିର୍ବାଚନ କରିବା ଲାଗି ପ୍ରସ୍ତୁତି କରିଥିବାବେଳେ ଗଡ଼ ଜଗି ରହିଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ର୍ନିବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ସମସ୍ତେ ଏକାଠି ହୋଇଛନ୍ତି। ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡିଶା-ଆନ୍ଧ୍ର ସୀମା ରେ ରାସ୍ତା ଅବରୋଧ କରିଛନ୍ତି। ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି।

Advertisment

ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିବା ନେଇ କିଛି ମାସ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲା ପ୍ରଶାସନ ନିର୍ବାଚନ କରିଛି ଯାହା କି ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି। ଏହା ସାମ୍ବିଧାନିକ ସଂକଟ ବୋଲି ଚଠିରେ ଦର୍ଶାଇଥିଲେ ବିରୋଧୀ ଦଳ ନେତା।

Andhra Odisha Border Dispute
Advertisment
Advertisment