Advertisment

ସୁପ୍ରିମକୋର୍ଟରେ ମାମଲା, ତଥାପି ମନମାନି ଚଳାଇଛି ଆନ୍ଧ୍ର

କୋରାପୁଟ: ଧୀରେ ଧୀରେ ଓଡ଼ିଶା ଅକ୍ତିଆର କରୁଛି ଆନ୍ଧ୍ର ପ୍ରଦେଶ ।  କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସ୍ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ୧୦ ତାରିଖରେ ଭୋଟ ଗଣତି କରାଯିବ । କୋଟିଆର […]

author-image
Prangyan Parimita
ସୁପ୍ରିମକୋର୍ଟରେ ମାମଲା, ତଥାପି ମନମାନି ଚଳାଇଛି ଆନ୍ଧ୍ର

election

କୋରାପୁଟ: ଧୀରେ ଧୀରେ ଓଡ଼ିଶା ଅକ୍ତିଆର କରୁଛି ଆନ୍ଧ୍ର ପ୍ରଦେଶ ।  କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସ୍ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ୧୦ ତାରିଖରେ ଭୋଟ ଗଣତି କରାଯିବ ।

Advertisment

କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।ସେହିପରି ପାଟୁଚେନୁରୁରେ ମଧ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ହୋଇଛି । ଗଂଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ସହ ମୁହାଁମୁହିଁ ହୋଇଥିଲା ।  ଏମିତି କି ମାମଲା ସୁପ୍ରିମକୋର୍ଟ ଯାଇଥିଲା, ଏହାପରେ ବି ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ସୁପ୍ରିମକୋର୍ଟ ଶୁଣାଣି ମଧ୍ୟ କରିଥିଲେ । ଏହି ମାମଲାର ଶୁଣାଣି କରି ଆନ୍ଧ୍ରକୁ ନୋଟିସ ମଧ୍ୟ ଜାରି କରାଯାଇଥିଲା । କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରିଥିବାରୁ ସୁପ୍ରିମକୋର୍ଟ ଯାଇଥିଲେ ଓଡ଼ିଶା ସରକାର।

ସୂଚନାଯୋଗ୍ୟ ଫେବୃଆରୀ ୧୩ ତାରିଖରେ କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ନିର୍ବାଚନ କରିଥିଲା ଆନ୍ଧ୍ର। ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରିଥିଲା ।୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗରେ ଓ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୀମାନ୍ତବର୍ତ୍ତୀ ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁରେ ମଧ୍ୟ ସମାନ ଦିନରେ ମତଦାନ ଅନୁଷ୍ଠିତ ହୋଇଥିଲା । କେବଳ ଏତିକି ନୁହେଁ ଆନ୍ଧ୍ର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଗୁଡ଼ିଖୁଡ଼ି, ମାଧିଆଖୋଲ, ଅମରିଙ୍ଗି, ଆଖଡ଼ା ଓ ବୁରୁଷିଙ୍ଗିରେ ମଧ୍ୟ  ଆନ୍ଧ୍ର ପ୍ରଶାସନ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Advertisment

Andhra Odisha Border Dispute
Advertisment
Advertisment