Advertisment

ପୁଣି ଆନ୍ଧ୍ରର ଦାଦାଗିରି: ଓଡ଼ିଶାରେ ଅନୁପ୍ରବେଶ କରି ଯୋଗାଉଛି ସ୍ବାସ୍ଥ୍ୟ ସେବା

ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି । ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ସାଲୁର ମଣ୍ଡଳର ତୋନମ […]

author-image
Rajalaxmi Sahoo
ପୁଣି ଆନ୍ଧ୍ରର ଦାଦାଗିରି: ଓଡ଼ିଶାରେ ଅନୁପ୍ରବେଶ କରି ଯୋଗାଉଛି ସ୍ବାସ୍ଥ୍ୟ ସେବା

health camp

ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି ।

Advertisment

Andhra Health Camp

ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।

Andhra Health Camp

ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଜଣେ ମେଡ଼ିକାଲ ଅଫିସର, ଫାର୍ମାସିଷ୍ଟ ଓ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଆସି ଗାଁ ଲୋକଙ୍କ ନିକଟରେ ସ୍ବାାସ୍ଥ୍ୟସେବା ପହଞ୍ଚାଉଛନ୍ତି। ପୂର୍ବରୁ କାଁ ଭାଁ ଏମାନେ ବାଇକରେ ଆସୁଥିବାବେଳେ ଏବେ ସେମାନେ କ୍ରମାଗତ ଭାବେ ମାସକୁ ଦୁଇ ଥର ଫାଟୁସିନେରୀ ଗାଁକୁ ଆସି ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ମେଡିସିନ ଦେଉଛନ୍ତି। ତେବେ ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Andhra Health Camp

ଏହାପୂର୍ବରୁ ମଧ୍ୟ ଆନ୍ଧ୍ରର ଦାଦାଗିରି ଖବର ସାମ୍ନାକୁ ଆସିଥିଲାକୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍  ସଂଗ୍ରହ କରିଥିଲେ ଆନ୍ଧ୍ର ସରକାର।

ଓଡ଼ିଶା ମାଟିରେ ପଶି ଓଡ଼ିଆ ଭାବକୁ ନିଶ୍ଚିହ୍ନ କରି ଦେବାକୁ ଯେମିତି ଅଣ୍ଟା ଭିଡିଛି ଆନ୍ଧ୍ର। ଓଡ଼ିଶା ଭିତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତେଲୁୁଗୁ ଭାଷାରେ ଶିକ୍ଷାଦାନ ଚାଲିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଥିଲା ସ୍କୁଲ୍ । ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଥିଲା। ୧୭ଜଣ ପାଠ ପଢୁଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ‘ଆମା ଓଡି’ ଅର୍ଥାତ୍ ମା’ କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିବା ଜଣାପଡିଛି। ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଥିଲେ।

Andhra Odisha Border Dispute
Advertisment
Advertisment