Advertisment

ବଢୁଛି ଆନ୍ଧ୍ରର ଦାଦାଗିରି; ଓଡ଼ିଶାରୁ ଭୋଟ ସାଉଁଟିଲା, ସ୍କୁଲ ଖୋଲି ତେଲୁଗୁ ପଢାଇଲା

କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍‌ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍  ସଂଗ୍ରହ କରିଛନ୍ତି ଆନ୍ଧ୍ର ସରକାର। ପ୍ରାୟ ୭୦ଜଣ ଭୋଟର୍‌ ଗତ ଶୁକ୍ରବାର ଓଡିଶା ପାର ହୋଇ […]

ବଢୁଛି ଆନ୍ଧ୍ରର ଦାଦାଗିରି; ଓଡ଼ିଶାରୁ ଭୋଟ ସାଉଁଟିଲା, ସ୍କୁଲ ଖୋଲି ତେଲୁଗୁ ପଢାଇଲା

jeypore

Advertisment

କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍‌ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍  ସଂଗ୍ରହ କରିଛନ୍ତି ଆନ୍ଧ୍ର ସରକାର।

Advertisment

ପ୍ରାୟ ୭୦ଜଣ ଭୋଟର୍‌ ଗତ ଶୁକ୍ରବାର ଓଡିଶା ପାର ହୋଇ ଆନ୍ଧ୍ରର ସାରିକି ପଂଚାୟତରେ ଭୋଟ ଦେଇଥିଲେ । ଏନେଇ ଜଣାପଡିବା ପରେ ପଟାଙ୍ଗି ତହସିଲଦାର ଗଲିଗବଦର ଗାଁକୁ ଯାଇଥିଲେ। ଗାଁର ପ୍ରାୟ ୭୦ଜଣ ଭୋଟର ଭୋଟ ଦେଇଥିବା ପୂର୍ବତନ ସରପଂଚ ସୁନୀଲ ଖରା ସୂଚନା ଦେଇଛନ୍ତ॥ ସେପଟେ ଓଡିଶାର ରାଜସ୍ୱ ଗ୍ରାମରେ ଆନ୍ଧ୍ର ଭୋଟର ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଏତିକିରେ ସରିନି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ମାଟିରେ ପଶି ଓଡ଼ିଆ ଭାବକୁ ନିଶ୍ଚିହ୍ନ କରି ଦେବାକୁ ଯେମିତି ଅଣ୍ଟା ଭିଡିଛି। ଓଡ଼ିଶା ଭିତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତେଲୁୁଗୁ ଭାଷାରେ ଚାଲିଛି ଶିକ୍ଷାଦାନ । କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଛି ସ୍କୁଲ୍ । ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି । ସେଠାରେ ଏବେ ୧୭ଜଣ ପାଠ ପଢୁଛନ୍ତି।

Advertisment

ପ୍ରଥମଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ରସରକାରଙ୍କ ପକ୍ଷରୁ ‘ଆମା ଓଡି’ ଅର୍ଥାତ୍ ମା’ କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଛନ୍ତି।

ସୂଚନାଥାଉ କି, କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ଏହାକୁ ନେଇ ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ତା ପୂର୍ବରୁ କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର।

Advertisment

ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନି ନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏ ନେଇ ଆନ୍ଧ୍ରକୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ।  ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।

                                                                        କୋରାପୁଟ୍‌ରୁ ସୂର୍ଯ୍ୟ ନାରାୟଣ ପଣ୍ଡା ଓ ଜୟପୁରରୁ ଟି.ଗୌରୀଶଙ୍କର

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ