Advertisment

କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ

କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। […]

author-image
Biswobandita Swain
କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ

hen

କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା।

Advertisment

ନ୍ୟାୟ ନିସାବ ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ବାବନଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍‌ରେ ଆନନ୍ଦଙ୍କ ମୁଣ୍ଡକୁ ପିଟିଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment
Advertisment