Advertisment

ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିବା ଦାୟିତ୍ୱର ହିସାବ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଅମିତ ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ ନଜର ରହିବ। […]

author-image
Otv Khabar Bureau
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

amit shah

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିବା ଦାୟିତ୍ୱର ହିସାବ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

Advertisment

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଅମିତ ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ପୂର୍ବରୁ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଶାହଙ୍କ ଆଭିମୁଖ୍ୟ ଏଥର କିପରି ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Advertisment

ଆଜିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ପରେ ପୁଣି ୩ ତାରିଖରେ ବିଜେପିର ରାଷ୍ଟ୍ରୀୟ ଆଦିବାସୀ ମହାଅଧିବେଶନରେ ଅମିତ ଶାହ ଆଦିବାସୀଙ୍କ ଅଧିକାର ପାଇଁ ପୁରୀରେ ହେଉଥିବା ରାଲିରେ ଯୋଗ ଦେବେ।

ଅନ୍ୟପଟେ, ଅମିତ ଶାହଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଉଭୟ ବିଜେଡି ଓ କଂଗ୍ରେସ ବିଜେପି କହିଛନ୍ତି।

Advertisment
Advertisment