Advertisment

ସୁପ୍ରିମକୋର୍ଟରେ ରିପୋର୍ଟ ଦେଲ ଆମିକସ୍‌ କ୍ୟୁରି

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କୁ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ନିଜ ମତ ରଖିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ତେବେ ଏପ୍ରିଲ ୨ ସୁଦ୍ଧା ନିଜ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଜଷ୍ଟିସ୍‌ ଏ. କେ. ସିକ୍ରି, ଜଷ୍ଟିସ୍‌ […]

ସୁପ୍ରିମକୋର୍ଟରେ ରିପୋର୍ଟ ଦେଲ ଆମିକସ୍‌ କ୍ୟୁରି

court

Advertisment

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କୁ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ନିଜ ମତ ରଖିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ତେବେ ଏପ୍ରିଲ ୨ ସୁଦ୍ଧା ନିଜ ନିଜ ପକ୍ଷ ରଖିବାକୁ କୁହାଯାଇଛି।

Advertisment

ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଜଷ୍ଟିସ୍‌ ଏ. କେ. ସିକ୍ରି, ଜଷ୍ଟିସ୍‌ ଏସ୍. ଅବଦୁଲ ନଜିର ଏବଂ ଏମ୍. ଆର. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ।

ଗତ ଫେବୃଆରୀ ୨୨ରେ ପୁରୀ ଆସି ରଞ୍ଜିତ କୁମାର ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଆମିକସ୍‌ କ୍ୟୁରିଙ୍କ ଆସିବା ଆଗରୁ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ପୁରୀ ଆସିଥିଲେ। ସେ ଶ୍ରୀମନ୍ଦିର ଭିତର ବେଢ଼ା, ଆନନ୍ଦ ବଜାର, ସିଂହଦ୍ୱାର ସମ୍ମୁଖ ଆଦି ସ୍ଥାନ ବୁଲି ଦେଖିବା ସହ ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା, ନୀତିକାନ୍ତି, ସେବାପୂଜା ଓ ଯାନିଯାତ୍ରା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

Advertisment

ଏଥସହ ସେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ବିଭିନ୍ନ ନିଯୋଗ ପ୍ରତିନିଧିଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ବେଳେ ବିଗତ ବର୍ଷରେ ହୋଇଥିବା ନୀତି ବିଭ୍ରାଟ, ଅକ୍ଟୋବର ୩ର ହିଂସା, ଡିସେମ୍ବର ୨୮ରେ ମହାପ୍ରଭୁ ୧୪ ଘଣ୍ଟା ଉପବାସ ରହିବା ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ